ଜାତୀୟ ରାଜପଥରେ ସ୍ୱତନ୍ତ୍ର ପାଟ୍ରୋଲିଂ ଗାଡି ବୁଲିବ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଜାତୀୟ ରାଜପଥରେ କଡାକଡି ପାଟ୍ରୋଲିଂ କରିବା ପାଇଁ ଏକ ସ୍ୱତନ୍ତ୍ର ଗାଡି ଶୁକ୍ରବାର ଠାରୁ ଗଡିଛି । ଗଞ୍ଜାମ ପୁଲିସ ଜିଲ୍ଲା କାର୍ଯ୍ୟାଳୟ ଠାରେ ପତାକା ଦେଖାଇ ଗଞ୍ଜାମ ଏସ୍ପି ବ୍ରିଜେଶ୍ କୁମାର ରାଏ ଶୁଭାରମ୍ଭ କରିଛନ୍ତି । ଜାତୀୟ ରାଜପଥରେ ଲୁଟ୍ ଏବଂ ଯାନବାହାନ ଗୁଡିକୁ ରାତି ଅଧିଆ ଅଟକାଇ ଦାଦାବଟି ଆଦାୟ କରୁଥିବା ଉପରେ ବିଭିନ୍ନ ଅଭିଯୋଗ ଆସିବା ପରେ ଗଞ୍ଜାମ ପୁଲିସ ପକ୍ଷରୁ ଏଭଳି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ପାଟ୍ରୋଲିଂ ପାଇଁ ଏକ ବୋଲର ଗାଡି ନାଲକୋ କମ୍ପାନୀ ଗଞ୍ଜାମ ପୁଲିସକୁ ପ୍ରଦାନ କରିଛି । ଏଥିପାଇଁ ଗଞ୍ଜାମ ପୁଲିସ ତରଫରୁ କମ୍ପାନୀକୁ କୃତଜ୍ଞତା ଦିଆଯାଇଛି । ବିଶେଷ କରି ଛତ୍ରପୁର, ରମ୍ଭା, ଗଞ୍ଜାମ ଓ ଚମାଖଣ୍ଡି ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ସ୍ୱତନ୍ତ୍ର ଫୋକସ୍ ରହିବ ବୋଲି ଏସ୍ପି ଶ୍ରୀ ରାଏ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍ପି ପତି ତପାବନ ଚୌଧୂରୀ, ହେଡ୍ କ୍ୱାଟର ଡିଏସ୍ପି ଅଜୟ କୁମାର ମିଶ୍ର,ଡିଆଇବି ଡିଏସ୍ପି ପ୍ରଦୀପ କୁମାର ଦଳାଇ, ରିଜର୍ଭ ଇନ୍ସପେକ୍ଟର ଗଙ୍ଗାଧର ଧାଙ୍ଗର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ