ପର୍ଯ୍ୟଟନ ସ୍ଥଳୀରେ ଜମୁଛି ବଣଭୋଜିର ଆସର

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଆସିଛି ପର୍ଯ୍ୟଟନର ଋତୁ । ପର୍ଯ୍ୟଟନ ସ୍ଥଳୀରେ ଜମୁଛି ବଣଭୋଜିର ଆସର। ଏହି କ୍ରମରେ ଭଞ୍ଜନଗର କାଳିଆମ୍ବା ନିକଟରେ ଥିବା ପାଟମୂଷା ଜଳପ୍ରପାତରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ ଜମିଛି । ଜଙ୍ଗଲ ଭିତରେ ଥିବା ଏହି ୱାଟର ଫଲରେ ମଜା ଉଠାଉଛନ୍ତି ଦର୍ଶକ। ଏବଂ ସେଠାରେ ଗୁଣ୍ଡୁଚିମୂଷା ଠାରୁ ବଡ଼ ଏକ ନୂତନ ପ୍ରଜାତି ର ଜୀବ ଦେଖାଯାଏ, ଯାହାର ନାମ ପାଟମୂଷା ବା ଉଡ଼ନ୍ତା ମୂଷା ବୋଲି ମଧ୍ୟ କୁହାଯାଏ l ସେମାନେ ଗୋଟିଏ ଗଛ ଡାଳ ରୁ ଅନ୍ୟ ଗଛ ର ଡାଳ କୁ ଟିକେ ଅଧିକ ଦୂରତା ପର୍ଯ୍ୟନ୍ତ ଡିଆଁ ମାରିପାରନ୍ତି l ସେହି ପାଟମୂଷା ଙ୍କୁ ଦେଖିବାପାଇଁ ମଧ୍ୟ ବହୁତ ଲୋକ ଏଠାକୁ ଆସିଥାନ୍ତି l ଭଞ୍ଜନଗର ବ୍ରହ୍ମପୁର ମୁଖ୍ୟରାସ୍ତା ଶାଳୁଆପାଲି ରାସ୍ତାରୁ 8 କିଲୋମିଟର ଯିବା ପରେ ପଡିଥାଏ କାଳିଆମ୍ବା ଜଙ୍ଗଲ । ଏହି ଜଙ୍ଗଲରେ ରହିଛି ପାଟମୂଷା ପ୍ରକୃତି ଶିବିର । ଶୀତଦିନ ଆସିଲେ ପିକନିକ ପାଇଁ ଏଠାରେ ଭିଡ ଜମିଥାଏ । ଝରଣାର କଳକଳ ନାଦ ସହ ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ପ୍ରକୃତି ପ୍ରେମୀକୁ ମନ୍ତ୍ରମୁଗ୍ଧ କରିଥାଏ । ଏହି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ରହିବା ପାଇଁ ବିଭିନ୍ନ ବ୍ୟବସ୍ଥା ମଧ୍ୟ ରହିଛି। ଗଛ ଉପରେ ଘର କରାଯାଇଛି । ଯେଉଁଠାରେ ପ୍ରକୃତିପ୍ରେମୀ ରାତି କାଟିପାରିବେ । ସେହିପରି ଶାଳୁଆପଲ୍ଳୀ ଠାରେ ଏକ ନେଚର କ୍ୟାମ୍ପ ରହିଛି, ଯାହାକୁ ପାର୍କଭଳି ସୁସଜ୍ଜିତ କରାଯାଇଛି। ଭଳିକି ଭଳି ଫୁଲ ଗଛ ଔଷଧୀୟ ବୃକ୍ଷରେ ସୁସଜ୍ଜିତ ହୋଇଛି ଏହି ସ୍ଥାନ । ଏଠାରେ ପ୍ରାୟ 32 ପ୍ରଜାତିର ବାଉଁଶ ଗଛ ଦେଖିବାକୁ ମିଳେ । ପ୍ରତିବର୍ଷ ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । କିନ୍ତୁ ଚଳିତ ବର୍ଷ କରୋନା ପାଇଁ କିଛିଟା ମାନ୍ଦା ପଡିଛି ପର୍ଯ୍ୟଟନଶିଳ୍ପ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ