ମହିଳା ମାନଙ୍କ ଦ୍ୱାରା ରାସ୍ତା ଅବରୋଧ, ସ୍ପୀଡ଼ ବ୍ରେକର୍ ନିର୍ମାଣ ଦାବୀ
କଳାହାଣ୍ଡି, (ୱାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ଭାବନୀପାଟଣା ଥୁଆମୂଳ ରାମପୁର 44 ନମ୍ବର ରାଜ୍ୟ ରାଜପଥ ଅଟାଙ୍ଗଗୁଡା ଛକ ଠାରେ ସ୍ଥାନୀୟ ଲୋକ ରାସ୍ତା ରୋକ କରିଛନ୍ତି । ଏଠାରେ ଦିନକୁ ଦିନ ଦୁର୍ଘଟଣା ବଢୁ ଥିବା ଓ ଏ ରାସ୍ତା ଦେଇ କର୍ଲାପାଟ ଅଭଅରଣ୍ୟ ଓ ପର୍ଯ୍ୟଟନସ୍ଥଳୀ ଫୁର୍ଲିଝରଣ ଜାଖମ ଭଳି ପର୍ୟ୍ୟଟନ ସ୍ଥଳୀ ଥିବାରୁ ଅନେକ ଲୋକ ଯାତାୟାତ କରିଥାନ୍ତି ଯାହା ଫଳରେ ଦୁର୍ଘଟଣା ମଧ୍ଯ ବଢିବାରେ ଲାଗିଛି ଏଣୁ ସ୍ପିଡ଼ ବ୍ରେକର ଦେବା ଦାବିରେ ସ୍ଥାନୀୟ ମହିଳା ମାନେ ରାସ୍ତା ରୋକ କରିଛନ୍ତି ଯାହା ଫଳରେ ଭବାନୀପାଟଣା ଥୁଆମୂଳ ରାମପୁର ଯାତାୟାତ ବନ୍ଦ ରହିବା ସହ ଉଭୟ ପଟେ ଗାଡିମଟର ବନ୍ଦ ରହିଛି ।


