ଅଜଣା ଗାଡି ଧକ୍କାରେ ବିକଳାଙ୍ଗ ବ୍ୟକ୍ତିଙ୍କ ମୃତ୍ୟୁ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ପୁରୁଣାପାଣି ଗାଁ ର ବିକଳାଙ୍ଗ ବ୍ୟକ୍ତି ଙ୍କ ଅଜଣା ଗାଡି ଧକ୍କାରେ ମୃତ୍ୟୁ ଘଟିଛି ।ସୂଚନା ଅନୁଯାୟୀ ମୃତକ ସୋମବାର ରାତି ପ୍ରାୟ ୧୦ ଟା ସମୟରେ ବନ୍ଧୁ ଘରୁ ଖାଇପିଇ ଘର କୁ ଆସୁଥିବା ବେଳେ ରାସ୍ତା ରେ ଚାଲି ଚାଲି ପାର ହେଉଥିବା ବେଳେ ଏକ ଅଜଣା ବାଇକ୍ ଧକ୍କା ଦେଇ ଘଟଣାସ୍ଥଳରୁ ବାଇକ୍ ଚାଳକ ଫେରାର ହୋଇଯାଇଥିଲା । ଦୁର୍ଘଟଣା ଶବ୍ଦ ଶୁଣି କିଛି ଗାଁ ଲୋକେ ବାହାରକୁ ଆସି ଦେଖନ୍ତି ତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଇରଙ୍ଗପୁର ଅବସ୍ଥାରେ ଲୋକଟିର ମୃତ୍ୟୁ ହୋଇଯାଇଛି ।ମୃତକ ହେଲେ ନନ୍ଦ କୁମାର ଭଲ୍ଲୁକ (୫୫) ବୋଲି ଜଣାପଡିଛି । ବାଦାମପାହାଡ ପୋଲିସ ଶବକୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା କୁ ମାଇନା ପାଇଁ ପଠାଇଥିଲେ । ଆଜି ମାଇନା ପରେ ପରିବାର ଲୋକଙ୍କୁ ମରଶରୀରକୁ ହସ୍ତାନ୍ତର କରିଥିଲେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ