ଜାମଦା ରେ ମଶାରୀ ବଣ୍ଟନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଅନ୍ତର୍ଗତ ମାନବୀର ଗାଁ ରେ କୀଟ ନାଶକ ମଶାରୀ ବଣ୍ଟନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ମଶାରୀ ବଣ୍ଟନକୁ ଉଦ୍ଘାଟନ ହୋଇଯାଇଛି । ଉଦ୍ଘାଟନ ଉତ୍ସବ ରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ ।ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜାମଦା ଗୋଷ୍ଟି ଉନ୍ନୟନ ଅଧିକାରୀ କାଲୁ ମାଝୀ, ବ୍ଲକ ଅଧକ୍ଷା ମାଲତି ଆଲଦା ଜିଲ୍ଲା ଉପସ୍ବାସ୍ଥ୍ୟ ଅଧିକାରୀ ଘାସିରାମ୍ ମୁର୍ମୁ , ସ୍ବାସ୍ଥ୍ୟ ଅଧିକାରୀ ଦୀପକ ରଞ୍ଜନ ଜେନା , ସି ଡି ପି ଓ ଜୟରେଖା ଦାସ, ଡି ପି ଏମ୍ ସୀତାକାନ୍ତ ଦାସ, ମେଲେରିଆ ସୁପରଭାଇଜର ତୀର୍ଥକର ମହାନ୍ତି ଓ ମେଡିକାଲ ଷ୍ଟାଫ୍ ଓ ଅଙ୍ଗନୱାଡି ମହିଳା କର୍ମଚାରୀ ଉପସ୍ଥିତ ଥିଲେ । ସରକାରଙ୍କ ଯୋଜନା ଅନୁସାରେ ଜାମଦା ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ଓ ଅଙ୍ଗନୱାଡି ଗୃହରେ ମଶାରୀ ବଣ୍ଟନ ୨୦୨୦ସୁଧା ସଂପୂର୍ଣ୍ଣ କରିବା ପାଇଁ ଜାମଦା ମେଡିକାଲ ଅଧିକାରୀ ପ୍ରକାଶ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ