ବୟସ୍କଙ୍କ ସ୍ୱାସ୍ଥ୍ୟ ସମସ୍ୟା

ମନୁଷ୍ୟ ୫୦ ବର୍ଷ ଡେଇଁବା ମାତ୍ରେ କିଛି ବିଶେଷ ସମସ୍ୟା ସେମାନଙ୍କୁ ଆକ୍ରାନ୍ତ କରିଥାଏ । ଯାହା ବୟସ୍କ ଲୋକଙ୍କ ଲାଗି ଚିନ୍ତାର କାରଣ ହୋଇପଡ଼େ । କାରଣ ଏହି ବୟସରେ ଶରୀରର ରୋଗ ପ୍ରତିରୋଧକ କ୍ଷମତା କମ୍ ହୋଇଥାଏ । ତେବେ ଏପରି କିଛି ବିଶେଷ ସ୍ୱାସ୍ଥ୍ୟ ସମସ୍ୟା ରହିଛି ଯାହା ୫୦ ବର୍ଷ ପରେ ଲୋକଙ୍କଠାରେ ଅଧିକ ଦେଖାଯାଇଥାଏ । ତେବେ ଜାଣନ୍ତୁ ସେ ସମ୍ପର୍କରେ । ହୃଦ୍ଘାତ: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଆମେରିକାରେ ଏହି ରୋଗ ପ୍ରଥମ ଯାହା ବୟସ୍କ ଲୋକଙ୍କଠାରେ ଅଧିକ ଦେଖାଯାଇଥାଏ । ଏଠିକାର ୪ ଜଣଙ୍କ ମଧ୍ୟରୁ ଜଣେ ଏଥିରେ ଆକ୍ରାନ୍ତ । ବର୍ଷରେ ଏହି ରୋଗରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ସଂଖ୍ୟା ୬ ଲକ୍ଷ ୩୦ ହଜାର । ପ୍ରତି ୪୦ ସେକେଣ୍ଡରେ ଆମେରିକାର ଜଣେ ବ୍ୟକ୍ତି ହୃଦ୍ଘାତରେ ଆକ୍ରାନ୍ତ ଏହା ସହ ଭାରତୀୟ ବୟସ୍କ ବ୍ୟକ୍ତି ମଧ୍ୟ ଏହି ରୋଗରେ ଆକ୍ରାନ୍ତ । କ୍ୟାନ୍ସର୍ : ଦ୍ୱିତୀୟରେ କ୍ୟାନ୍ସର୍ ଯାହା ବୟସ୍କ ବ୍ୟକ୍ତିମାନଙ୍କୁ ଅଧିକ ଆକ୍ରାନ୍ତ କରିଥାଏ । ଅମେରିକାରେ ୫୦ ବର୍ଷ ପରେ ଏହି ରୋଗ ବ୍ୟକ୍ତିଙ୍କଠାରେ ଅଧିକ ଦେଖାଯାଇଥାଏ । ଯଥା ପାକସ୍ଥଳୀ ଓ ସ୍ତନ କର୍କଟରେ ମହିଳାମାନେ ଅକ୍ରାନ୍ତ ହୋଇଥାନ୍ତି । ଷ୍ଟ୍ରୋକ୍: ଆମେରିକାରେ ହୃଦ୍ଘାତ ଓ କ୍ୟାନ୍ସର୍ ପରେ ପ୍ରାୟ ଲୋକ ଏହି ଷ୍ଟ୍ରୋକ୍ରେ ଆକ୍ରାନ୍ତ ହୋଇଥାନ୍ତି । ଯାହା ସବୁଠୁ ଅଧିକ ବୟସ୍କ ଲୋକଙ୍କୁ ଆକ୍ରାନ୍ତ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ