ବିନା ଦ୍ୱିଧାରେ ଚୋରା ମଦ କାରବାର :ମଦ ରନ୍ଧା ବେଳେ ମହିଳା ଓ ଯୁବକ ସଂଘର ଚଢାଉ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଳକ ଅଧିନସ୍ଥ ରଟିଙ୍ଗିଆ ପଞ୍ଚାୟତର ପଡ଼ିକିଆ ଗ୍ରାମରେ ବାରମ୍ବାର ସଚେତନ ପରେ ମଧ୍ୟ କେତେକ ବିନା ଦ୍ୱିଧାରେ ଚୋରା ମଦ କାରବାର କରିବା ସହିତ ମଦ ରାନ୍ଧୁଥିବା ଖବର ପାଇ ବହୁ ମହିଳା ସଂଘ ଓ ଯୁବକ ସଂଘ ମିଳିତ ଭାବେ ଚଢାଉ କରି ସମସ୍ତ ମଦରନ୍ଧା ହାଣ୍ଡି, ବ୍ୟାରେଲ୍‍ ଗୁଡ଼ିକ ଜବତ କରିଛନ୍ତି। ଏଥିତ ସହିତ ଏଥିରେ ସଂପୃକ୍ତମାନଙ୍କୁ ସତର୍କ କରାଇଛନ୍ତି। ଗ୍ରାମାଞ୍ଚଳ ମାନଙ୍କରେ ବ୍ୟବସାୟିକ ଭିତ୍ତିରେ ଦେଶୀ ମଦ କାରବାର ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିର ରେଖି ଆଜି ଏହି ପଦକ୍ଷେପ ନିଆଯାଇଛି। ଏଭଳି ସ୍ଥଳେ ଅବକାରୀ ବିଭାଗ ଓ ପୁଲିସ୍‍ ବିଭାଗ ତୁରନ୍ତ ଏ ଦିଗରେ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି। ଏହି ଚଢ଼ାଉ ସମୟରେ ସମିତିସଭ୍ୟା ଭାଗ୍ୟବତି ପ୍ରଧାନ, ଅନିତା ନାୟକ, ଦାୟି ନାୟକ, ମାର୍ଥା ନାୟକ, ଚିନ୍ଦ୍ରିକା ନାୟକ, ରେହେନା ନାୟକ, ଶ୍ରଦ୍ଧାଞ୍ଜଳୀ ନାୟକ, ପ୍ରତିମା ନାୟକ, ସଙ୍ଗୀତା ନାୟକ ଓ ଅନ୍ତରଙ୍ଗ ଯୁବକ ସଂଘର ସଂପାଦକ ହୃଷିକେଶ ପ୍ରଧାନ, ଦେବେନ୍ଦ୍ର ନାୟକ, ଲୁଟ ନାୟକ, ବିନେଶ ନାୟକ, ଆଲନ୍ସ ନାୟକ ଓ ଅନ୍ୟମାନେ ଏଥିରେ ସାମିଲ୍‍ ହୋଇଥିଲେ। ଆଗାମୀ ଦିନରେ ଏହି ଆନ୍ଦୋଳନ ସବୁ ଅଞ୍ଚଳରେ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ