କେନ୍ଦ୍ରାପଡାରେ ମେଡିକାଲ କଲେଜ ପାଇଁ ଦାବି ଯୋରଧରିଲାରାଜନୈତିକଦଳ ଓ ସାମାଜିକ ସଂଗଠନ ଏକାଠି ହେଲେ ଗୋଟିଏ ମଂଚରେ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ମାନବସମ୍ବଳରେ ଭରପୁର କୃଷି ନିର୍ଭରଶୀଳ କେନ୍ଦ୍ରାପଡା ଜିଲ୍ଲା ଅର୍ଥନୈତିକ ଦୃଷ୍ଟିରୁ ରାଜ୍ୟରେ ତଳଆଡୁ ପ୍ରଥମ । ଏହି ଜିଲ୍ଲାରେ କୈାଣସି ଶିଳ୍ପ କାରାଖାନା ନଥିବା କାରଣରୁ ଏଠିକାର ଯୁବକମାନେ ଦାଦନ ଖଟିବାକୁ ବାହାର ରାଜ୍ୟ ବା ଦେଶ ବାହରକୁ ଯାଉଛନ୍ତି । ନିଯୁକ୍ତି ସୁଯୋଗ ଏଠାରେ ଶୁନ । ଜିଲ୍ଲାରେ ଅଧିକାଂଶ ଲୋକଙ୍କର ଦିନକୁ ଦୁଇଓଳି ଦୁଇମୁଠା ସଂଗ୍ରହ କରିବା କଷ୍ଟକର ହେଉଥିବା ବେଳେ ଛୋଟ ମୋଟ ରୋଗ ବେମାର ଚିକିତ୍ସା ପାଇଁ କଟକ ଭୁବନେଶ୍ୱର ଯିବା ସମ୍ଭବ ନହେବା କାରଣରୁ ମୃତ୍ୟୁ ମୁଖରେ ପଡନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା କାରଣରୁ ଏହି ଜିଲ୍ଲା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ଜିଲ୍ଲାବାସୀଙ୍କ ପାଇଁ ମରଣ ପଥ ପାଲଟିଛି । ସେହିପରି ପାରାଦୀପ ବନ୍ଦର ଅଚଂଳରେ ଗଢି ଉଠିଥିବା ରାସାୟନିକ କାରାଖାନାରୁ ନିର୍ଗତ ରାସାୟନିକ ବାଷ୍ପ କାରଣରୁ ଏହି ଜିଲ୍ଲାର ଅଧିବାସୀମାନେ ବିଭିନ୍ନ ଭୟାବହ ରୋଗର ଶିକାର ହେଉଛନ୍ତି । ଏହିସବୁ କାରଣରୁ ଜିଲ୍ଲାରେ ମେଡିକାଲ କଲେଜ ପାଇଁ ବହୁଦିନ ଧରି ଦାବି ହେଉଥିବା ବେଳେ ସରକାର ଅନ୍ୟ ବହୁ ସ୍ଥାନରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଉଛନ୍ତି । ମାତ୍ର କେନ୍ଦ୍ରାପଡାର ଏହି ନାର୍ଯ୍ୟଦାବିକୁ ଅଣଦେଖା କରିବା ଘୋର ପରିତାପର ବିଷୟ । ଜିଲ୍ଲା ପ୍ରତି ଏହି ଅବିଚାର ବିରୋଧରେ ମେଡିକାଲ କଲେଜ ପାଇଁ ଦାବି ଯୋର ଧରିବାରେ ଲାଗିଛି । ଏହି ଦାବିକୁ ହାସଲ କରିବା ନିମନ୍ତେ ଏହାକୁ ଏକ ଗଣଆନ୍ଦୋଳନରେ ରୂପ ଦେବା ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ଓ ଗଣ ସଂଗଠନମାନଙ୍କୁ ନେଇ ସହରର ପବ୍ଲିକ ରିଡିଂରୁମ ପରିସରରେ ଏକ ବୈଠକ ହୋଇଯାଇଛି । ଶିକ୍ଷାବୀତ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ପୈାରହିତ୍ୟରେ ଆୟୋଜିତ ଏହି ସଭାରେ ଜିଲ୍ଲା ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ,ବରିଷ୍ଠ ବିଜେଡି ନେତା ଭଜକୃଷ୍ଣ ରାଉତ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ସି.ପି.ଆଇ. ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସି.ପି.ଏମ.ସମ୍ପାଦକ ଗୟାଧର ଧଳ, ଓଡିଶା କୃଷକ ସଭା ଜିଲ୍ଲା ସଭାପତି ଉମେଶ ସିଂ, ଶ୍ରମିକ ନେତା ବାବାଜୀ ଧଳ, ଆଦିକନ୍ଦ ରାଉଳ,ସାମ୍ବାଦିକ ଆଶିଷ ସେନାପତି,ପରେଶ ଦାସ,ଚିତ୍ତରଞ୍ଜନ ଦାସ, ଜନମଂଚ ନେତା ଗୈାରାଙ୍ଗ ରାଉତ, ସାହିତ୍ୟିକ ରାମକୃଷ୍ଣ ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଏକ ବୃହତ୍ତର ଆନ୍ଦୋଳନ ନିମନ୍ତେ ଏକ ସାତ ଜଣିଆ କ୍ରୀୟାନୁଷ୍ଠାନ କମିଟି ଗଠନ କରାଯିବା ସହ ଗ୍ରାମ ସ୍ତରକୁ ଏହି ଆନ୍ଦୋଳନକୁ ନେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ଅଶୋକ କୁମାର ସାହୁ, ଦଳିତ ନେତା ନଗେନ କୁମାର ଜେନା,ସ୍ୱପ୍ନାଂଶୁ କୁମାର ଦାସ, ସାବୀର ଖାନ ପ୍ରମୁଖ ଶତାଧିକ ବ୍ୟକ୍ତି ବିଶେଷ ବିଭିନ୍ନ ସଂଗଠନରୁ ଯୋଗଦେଇ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆଗେଇ ନେବାକୁ ଦୁର୍ବାର ଶପଥ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ