ତହସିଲଦାର ଙ୍କୁ ଘେରିଲେ ସୁରଳ ଗ୍ରାମବାସୀ ମଦ ଚଢାଉକୁ ନେଇ ଉତ୍ତେଜନା
ଚିକିଟି,(କୁରେଶୁ ସାହୁ):ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ସୁରଳ ଗ୍ରାମରେ ଅବକାରୀ ବିଭାଗ ଓ ଚିକିଟି ତହସିଲଦାରଙ୍କ ଦ୍ୱାରା କିଛି ଦୋକାନୀ ଉପରେ ଚଢ଼ାଉ ଆରମ୍ଭ ହୋଇଥିଲା। ଏହି ଦୋକାନ ଗୁଡିକ ରେ ଦେଶୀ ଓ ବିଦେଶୀ ମଦ ଦେଖିବାକୁ ମିଳିଥିଲା। ଏହାକୁ ବିରୋଧ କରି ଗ୍ରାମବାସୀ ତହସିଲଦାର ଙ୍କ ଗାଡି ଓ ଅବକାରୀ ବିଭାଗ ଗାଡି କୁ ଚାରିପଟୁ ଘେରି ତହସିଲଦାର ହରପ୍ରସାଦ ଭୋଇ ଙ୍କୁ ଅଟକ ରଖିଥିଲେ। ମିଳିଥିବା ସୂଚନା ଅନୁସାରେ କିଛିଦିନ ହେଲା ସୁରଳ ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ବହୁତ ଗୁଡିଏ ଦୋକାନରେ ବିକ୍ରି ହେଉଥିବା ବେଳେ ପ୍ରଶାସନ କେବଳ ନିଦ୍ଧିଷ୍ଟ କିଛି ଦୋକାନୀ ଉପରେ ବାରମ୍ବାର ଚଢ଼ାଉ କରି ଅନ୍ୟ ଦୋକାନ ଉପରେ ଚଢ଼ାଉ କରାଯାଉନଥିବା ଗ୍ରାମବାସୀ ନଜରକୁ ଆସିଥିଲା।ଏହାକୁ ନେଇ ଗ୍ରାମ ବାସୀ ମାନେ ଏକତ୍ର ହୋଇ କରି ଦିର୍ଘ ଦୁଇ ଘଣ୍ଟା କାଳ ନାରାବାଜି କରିଥିଲେ। ଏହାପରେ ଗ୍ରାମର କିଛି ଭଦ୍ରବ୍ୟକ୍ତି ଙ୍କ ଦ୍ଵାରା ସମାଧାନ ହୋଇଥିଲା।ଘଟଣା ସ୍ଥଳରେ କେତେ ଟଙ୍କାର ମଦ ଜବତ ହୋଇଥିଲା ତାହା ସୂଚନା ମିଳିନାହିଁ।


