ଗଛରୁ ଯୁବକର ଝୁଲନ୍ତା ଶବ ଉଦ୍ଧାର

ବୁଗୁଡା,(ଅନିଲ କୁମାର ମହାରଣା): ଗଂଜାମ ଜିଲ୍ଲା ବୁଗୁଡା ଥାନା ଗୋଲିଆ ଗ୍ରାମ ପଂଚାୟତର କୁଶପଲ୍ଲୀ ଗ୍ରାମର ବିଷୋୟୀ ବଂଜର ନିକଟରେ ଥିବା ଏକ ଗଛରୁ ଜାନୁଆରୀ ୩ ତାରିଖ ସନ୍ଧ୍ୟାରେ ଜଣେ ଯୁବକର ଝୁଲନ୍ତା ଶବକୁ ବୁଗୁଡା ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ଟୁଆଲରେ ଫାଶୀ କରି ଯୁବକ ଜଣଙ୍କ ମୃତ୍ୟୁ ବରଣ କରିଥିବା ଦୃଷ୍ଟି ଗୋଚର ହୋଇଥିଲେ ମଧ୍ୟ ମୃତ୍ୟୁର ଅସଲ କାରଣ ଜଣାପଡିନାହିଁ। ମୃତକ ଯୁବକ ଜଣକ ନିକଟସ୍ଥ ଚିରିକିପଡା ଶାସନ ଗ୍ରାମର ପ୍ରକାଶ ଚନ୍ଦ୍ର ପ୍ରଧାନ ବୋଲି ବୁଗୁଡା ଥାନା ଆରକ୍ଷୀ ଉପନିରୀକ୍ଷକ ମନୋଜ କୁମାର ପ୍ରଧାନ ପ୍ରକାଶ କରିଛନ୍ତି। ଏନେଇ ବୁଗୁଡା ପୋଲିସ ଥାନାରେ ୦୧/୨୧ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ପୋଲିସ ଏସଆଇ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ