ସୁଉଚ୍ଚ ଦୁର୍ଗା ମୂର୍ତ୍ତିର ରେକର୍ଡ

ସିଂହବାହିନୀ ମାଦ ‘ ଦୁର୍ଗାଙ୍କ ଆଗମନ ଅବସରରେ ଗାଁଠାରୁ ସହର ଏବେ ଉତ୍ସବମୁଖର । ବିଭିନ୍ନ ପୂଜା ପେଣ୍ଡାଲରେ ମାଦ ‘ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରିବା ପାଇଁ ସମସ୍ତେ ପ୍ରସ୍ତୁତି ଚଳାଇଛନ୍ତି । ବିଭିନ୍ନ ସଂସ୍ଥା, କ୍ଲବ୍ ତରଫରୁ ସୁନା ଏବଂ •ନ୍ଦିମେଢ ନିର୍ମାଣ କରାଯାଉଥିବାବେଳେ କେହି କେହି ସ୍ୱତନ୍ତ୍ର ଥିମ୍କୁ ନେଇ ମୂର୍ତ୍ତି ନିର୍ମାଣ କରିଥାନ୍ତି । ଠିକ ସେହିପରି ଗୁଆହାଟୀ ବିଷ୍ଣୁପୁର ସାର୍ବଜନୀନ ପୂଜା କମିଟି ତରଫରୁ ୨୦୧୭ରେ ୧୦୧ ଫୁଟ ଉଚ୍ଚ ବିଶିଷ୍ଟ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କରାଯାଇଥିଲା । ରେକର୍ଡ କରିବା ଆଶା ନେଇ ପ୍ରସ୍ତୁତ କରାଯାଇଥିବା ଏହି ସୁଉଚ୍ଚ ମୂର୍ତ୍ତିକୁ ନିର୍ମାଣ କରିଥିଲେ ସେଠାକାର ପ୍ରସିଦ୍ଧ ମୂର୍ତ୍ତିକାର ନୁରୁଦ୍ଦିନ ଅହମ୍ମଦ । ୫୦୦୦ ବାଉଁଶରେ ନିର୍ମିତ ଏହି ମୂର୍ତ୍ତିକୁ ନିର୍ମାଣ କରିବା ଲାଗି ଅଦମ୍ମଦ ଏବଂ ତାଙ୍କ କାରିଗରଙ୍କୁ ୨ ମାସ ସମୟ ଲାଗିଥିଲା । ଆଉ ଏଥିରେ ଖର୍ଚ୍ଚ ହୋଇଥିଲା ପ୍ରାୟ ୧୫ ଲକ୍ଷ ଟଙ୍କା । ସେହିଭଳି ୨୦୧୫ରେ କୋଲକାତାର ଦେଶପ୍ରିୟ ପାର୍କଠାରେ ୮୮ ଫୁଟ ଉଚ୍ଚତା ବିଶିଷ୍ଟ ସୁଉଚ୍ଚ ଦୁର୍ଗା ମୂର୍ତ୍ତି ନିର୍ମାଣ କରାଯାଇଥିଲା, ଯାହା ନିର୍ମିତ ହୋଇଥିଲା ଫାଇବର ଗ୍ଲାସ ଆଉ ସିମେଣ୍ଟରେ । ମିଣ୍ଟୁ ପଲ ନାମକ ଜଣେ ପ୍ରସିଦ୍ଧ କାରିଗର ଏହି ସୁଉଚ୍ଚ ମୂର୍ତ୍ତି ନିର୍ମାଣ କରି ରେକର୍ଡ ସୃଷ୍ଟି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ