୧୨୦ଟି ଦେଶୀ ମଦ ପାଉଚ୍ ଜବତ, ଜଣେ ଗିରଫ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରବିବାର ସନ୍ଧ୍ୟାରେ ହିଞ୍ଜିଳି ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ସ୍ଥାନୀୟ ଥାନା ତହଁର ଗ୍ରାମ ଛକ ନିକଟରେ ଜଣେ ବ୍ୟକ୍ତି ସାଇକେଲ ଯୋଗେ ବେଆଇନ ଭାବେ ଦେଶୀ ମଦ ଚାଲାଣ କରୁଥିବା ବେଳେ ପୁଲିସ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ୧୨୦ଟି ଦେଶୀ ମଦ ପାଉଚ୍ ଜବତ କରିବା ସହ ଯୁବକଙ୍କୁ ଗିରଫ କରିଛି । ଗିରଫ ଜଣକ ବ୍ରହ୍ମପୁର ସଦର ଥାନା ଡ଼େଙ୍ଗାପଦର ଇନ୍ଦିରାଆବାସ ଗ୍ରାମର କଙ୍ଗୁରୁ ନାୟକ(୪୦) । ଏ ନେଇ ହିଞ୍ଜିଳି ଥାନାରେ ନଂ- ୧/୨୧ରେ ଏକ ମାମଲା ରୁଜୁ କରି ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ