ଜିଏସ୍‌ଟି କ୍ଷତିପୂରଣ, ଓଡ଼ିଶାକୁ ୧୦ କିସ୍ତିରେ ମିଳିଲା ୨୩୭୦ କୋଟି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣର ଦଶମ କିସ୍ତି ଜାରି କରିଛନ୍ତି। ଦେଶର ୨୩ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳକୁ ଆଉ ୬୦୦୦ କୋଟି ଟଙ୍କା ଦିଆଯାଇଛି। ଦଶ ଥରରେ ରାଜ୍ୟଗୁଡ଼ିକୁ ମୋଟ ୬୦ ହଜାର‌ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ସେଥିରୁ ଓଡ଼ିଶାକୁ ୨୩୭୦.୩୭ କୋଟି ଟଙ୍କା ମିଳିଛି। କରୋନା ମହାମାରୀ ପ୍ରଭାବ ଯୋଗୁଁ କ୍ଷତିପୂରଣ ରାଶି ଯୋଗାଡ଼ ହୋଇପାରୁନଥିବାରୁ କେନ୍ଦ୍ର ସରକାର ନିଜ ଆଡ଼ୁ ଋଣ କରି ରାଜ୍ୟଗୁଡ଼ିକୁ କ୍ଷତିପୂରଣ ରାଶି ଦେଉଛନ୍ତି। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥର ୬୦୦୦ କୋଟି ଟଙ୍କାକୁ ୪.୧୫୨୬% ସୁଧ ହାରରେ ଅଣାଯାଇଛି। ଜିଏସ୍‌ଟି କ୍ଷତିପୂରଣର ପ୍ରଥମ କିସ୍ତି ଅକ୍ଟୋବର ୨୩ରେ ଦିଆଯାଇଥିଲା। ଏହା ପରେ ନଭେମ୍ବର ୨, ୯, ୨୩, ଡିସେମ୍ବର ୧, ୭, ୧୪, ୨୧, ୨୮ ଓ ୨୦୨୧ ଜାନୁଆରି ୪ରେ ପରର୍ବତୀ କିସ୍ତିଗୁଡ଼ିକ ଜାରି କରାଯାଇଛି। ରାଜ୍ୟଗୁଡ଼ିକୁ ‌କ୍ଷତିପୂରଣ ବାବଦରେ ୧.୧୦ ଲକ୍ଷ କୋଟି ଟଙ୍କା ଦିଆଯିବ। ତେବେ କେଉଁ ମାସ ପାଇଁ ରାଜ୍ୟଗୁଡ଼ିକୁ କେତେ ଟଙ୍କା ଜାରି କରାଯାଉଛି ତାହା ଜଣାପଡ଼ିନାହିଁ ରାଜ୍ୟଗୁଡ଼ିକ ଜିଡିପିର ଅତିରିକ୍ତ ୦.୫% ପରିମାଣର ଋଣ କରିବା ଲାଗି ‌କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ସେହି ହିସାବରେ ଓଡ଼ିଶା ୨୮୫୮ କୋଟି ଟଙ୍କାର ଅତିରିକ୍ତ ଋଣ କରିପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ