ବଜାଜ ବିଶ୍ବର ସବୁଠୁ ମୂଲ୍ୟବାନ ଦୁଇଚକିଆ କଂପାନି

ନୂଆଦିଲ୍ଲୀ : ଷ୍ଟକ ବଜାରରେ ବଜାଜ ଅଟୋର ସେୟାର ମୂଲ୍ୟ ବୃଦ୍ଧି ପାଇବା ପରେ ଏହା ବିଶ୍ବର ସବୁଠୁ ମୂଲ୍ୟବାନ ଦୁଇଚକିଆ କଂପାନି ଭ‌ାବେ ଉଭା ହୋଇଛି। ଷ୍ଟକ ବଜାରରେ କଂପାନିର ମୂଲ୍ୟ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ରେ ବଜାଜ ଅଟୋର ସେୟାର ମୂଲ୍ୟ ୩୪୭୯ ଟଙ୍କା ଭଳି ଉଚ୍ଚ ସ୍ତରରେ ପହଞ୍ଚିବାରୁ କଂପାନିକୁ ଏହି ଉପଲବ୍ଧି ମିଳିଛି। ବିଶ୍ବର ଅନ୍ୟ କୌଣସି ଦୁଇଚକିଆ କଂପାନି ଏଭଳି ସ୍ତରରେ ଆଜି ପର୍ଯ୍ୟନ୍ତ ପହଞ୍ଚିନାହାନ୍ତି।ବଜାଜ ଅଟୋର ପରିଚାଳନା ନିର୍ଦେଶକ ରାଜୀବ ବଜାଜ କହିଛନ୍ତି ଯେ ମୋଟରସାଇକଲ୍ ବର୍ଗ ଉପରେ ଦିଆଯାଉଥିବା ଗୁରୁତ୍ବ ଓ ଅନ୍ୟମାନଙ୍କ ଠାରୁ ଅଲଗା ରହିବାର ଉଦ୍ୟମ ସହ ବିଶ୍ବସ୍ତ‌ରୀୟ ହେବାର ଅଭିଳାଷ ଯୋଗୁଁ କଂପାନି ସାରା ବିଶ୍ବର ସବୁଠୁ ମୂଲ୍ୟବାନ ଦୁଇଚକିଆ ଯାନ ସଂସ୍ଥା ଭାବେ ଉଭା ହୋଇଛି। ଗ୍ରାହକମାନଙ୍କୁ ସେବା ପ୍ରଦାନ କରିବା ସହ ଆହୁରି ଅଧିକ ଉଲ୍ଲସିତ କରିବାରେ ଏହି ମାନ୍ୟତା ଆମକୁ ଅନୁପ୍ରାଣିତ କରିବ ବୋଲି ସେ କହିଛନ୍ତି। ବଜାଜ ଅଟୋ ନିଜସ୍ବ ବ୍ରାଣ୍ଡ୍‌ ବ୍ୟତୀତ ସ୍ବିଡେନ୍‌ର ମୋଟରସାଇକଲ୍ କଂପାନି କେଟିଏମ୍‌ର ବାଇକ୍ ମଧ୍ୟ ବିକ୍ରି କରୁଛି। ବ୍ରିଟେନ୍‌ର ଟ୍ରାମ୍ଫ୍‌ ମୋଟରସାଇକଲ୍ ସହ ଏହା ସହଯୋଗିତା ସ୍ଥାନ ପରି ଭାରତରେ ଟ୍ରାମ୍ଫ୍‌ର ବାଇକ୍ ନିର୍ମାଣ କରୁଛି। ପୁନେ, ଉତ୍ତରାଖଣ୍ଡ ଓ ଔରଙ୍ଗାବାଦରେ ବଜାଜ ଅଟୋର ତିନିଟି କାରଖାନା ଅଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ