ପୌଷ ମାସ ଉପଲକ୍ଷେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ
ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): ମଙ୍ଗଳବାର ଦିନ ଗୋଦାବରିଶ ନଗରସ୍ଥିତ ସାଈ ମନ୍ଦିର ପ୍ରାଙ୍ଗଣରେ ଦିବ୍ୟ ଜୀବନ ସଂଘ ଦ୍ୱାରା ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ବିଶ୍ୱର କଲ୍ୟାଣ ଜଗତର ମଙ୍ଗଳ କାମନା ନିମନ୍ତେ ୧୦୮ ହନୁମାନ ଚାଳିଶା ପାଠ ଦିବ୍ୟ ଜୀବନ ସଂଘ, ଲାଞ୍ଜିପଲ୍ଲୀ ଶାଖାର ପ୍ରତିଷ୍ଠାତା ଓ ଯୋଗାଚାର୍ଯ୍ୟ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରାତଃ ଜୟଗଣେଶ କୀର୍ତ୍ତନ, ଜପଧ୍ୟାନ, ବିଶ୍ୱ ପ୍ରାର୍ଥନା, ପ୍ରଭୁ ପ୍ରାର୍ଥନା ସହ ପି. ଗୋପିନାଥ ଦୋରା ଓ ବି.ସୁନୀତା ପାତ୍ରଙ୍କ ଆରୋଗ୍ୟ ସହ ସମସ୍ତଙ୍କର ରିଷ୍ଟ ଖଣ୍ଡନ ନିମନ୍ତେ ଶାନ୍ତି ମନ୍ତ୍ର ପାଠ କରାଯାଇଥିଲା । ସ୍ୱାମୀଜୀ କହିଥିଲେ, “ନାସୈ ରୋଗ ହରେ ସବ୍ ପୀରା, ଜପତ୍ ନିରନ୍ତର ହନୁମତ୍ ବୀରା । ଯୋ ୟହ ପଢ଼େ ହନୁମାନ ଚାଲିଶା, ଔହି ସିଦ୍ଧି ସାଖୀ ଗୌରୀସା” ଅର୍ଥାତ୍ ନିର୍ମଳ ହୃଦୟ, ନିରହଂକାର, ନିଃସ୍ୱାର୍ଥପର, ସହ ବ୍ୟାକୁଳ ହୋଇ (ହନୁମାନଙ୍କୁ) ପ୍ରଭୁଙ୍କୁ ପ୍ରାର୍ଥନା କରିବା ଦ୍ୱାରା ସେ ରୋଗୀ ସୁସ୍ଥ ହୁଅନ୍ତି । ଏହା ପାଠ କରିବା ଦ୍ୱାରା ସାଧକ (ଭକ୍ତ) ସିଦ୍ଧି ପ୍ରାପ୍ତି ହୋଇଥାନ୍ତି । ଏହାର ପ୍ରତ୍ୟକ୍ଷ ସାକ୍ଷୀ ହେଉଛନ୍ତି- ମାତା ପାର୍ବତୀ ଓ ଶଙ୍କର ଭଗବାନ । ଏଣୁ ଏହାକୁ ସାଧନା ଭାବେ ମନେକଲେ ତାହା ନିଶ୍ଚୟ ସମ୍ପୂର୍ଣ୍ଣ ସଫଳ ମିଳିଥାଏ । କିନ୍ତୁ କୌଣସି ନକାରାତ୍ମକ ମନୋଭାବ ଥିଲେ ଏହାର କୌଣସି ଫଳପ୍ରଦ ହୋଇନଥାଏ ବୋଲି ଶଙ୍କର ଭଗବାନ ପାର୍ବତୀ ମାତାଙ୍କୁ ବୁଝାଉଛନ୍ତି । ଯେଉଁଭଳି ଆପଣଙ୍କ ହୃଦୟରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ବିରାଜମାନ କରିଛନ୍ତି, ଠିକ୍ ସେହିପରି ମୋ ଭିତରେ ମଧ୍ୟ ଆପଣ ବିରାଜମାନ କରନ୍ତୁ ବୋଲି ମୋର ପ୍ରାର୍ଥନା ।ଏହି କାର୍ଯ୍ୟକ୍ରମରେ ଚିକିଟି ଦିବ୍ୟ ଜିଲ୍ଲାର ମୁଖ୍ୟ ସଂଗଠକ ଏଲ. ଲକ୍ଷ୍ମୀ ନାରାୟଣ ସୁବୁଦ୍ଧି, ସରସ୍ୱତୀ ସାହୁ, ବାପି ଭାଇ, ମାରୁତି ସତ୍ସଙ୍ଗ ସଭାପତି ସହଦେବ ପାତ୍ର, ମଙ୍ଗୁଳୁ ଗୌଡ଼, ହରିଶ୍ଚନ୍ଦ୍ର ମହାନ୍ତି, ସାରଥୀ ଭାଇ, ବିକ୍ରମ କୁମାର ଜେନା, ଅବିନାଶ ପ୍ରଧାନ, ଲଭଡ଼ିନ୍ ବଡ଼ଜେନା, ପାଳକ ବେହେରା, ନିର୍ବିଘ୍ନ ବେହେରା, ଲିପିକା ଜେନା, ତ୍ରିଲୋଚନ ମହାରଣାଙ୍କ ସମେତ ବହୁ ଗୁରୁଭାଇ ଗୁରୁ ଭଉଣୀମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।