ଫାଷ୍ଟଫୁଡ ଦୋକାନ ଜଳିଗଲା 

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ଛେନାପଦିଛକରେ ଥିବା ସାହୁ ଫାଷ୍ଟଫୁଡ ଦୋକାନଟି ଜଳିଯାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୁତ ହୋଇଯାଇଥିବା ଜଣାଯାିଛି । ଖବରରୁ ଜଣାଯାଇଛି ଯେ ଛେନାପଦିଛକର ଲକ୍ଷ୍ମୀବଜାରରେ ଥିବା ସାହୁ ଫାଷ୍ଟଫୁଡ ଦୋକାନର ମାଲିକ ଚକ୍ରଧର ସାହୁ ଗତକାଲି ରାତିରେ ଦୋକାନ ବନ୍ଦକରି ଘରକୁ ଯାଇଥିଲେ । ଆଜି ସକାଳୁ ଆସି ଦୋକାନ ଖୋଲିବା ବେଳକୁ ତାଙ୍କର ଘରଟି ସମ୍ପୁର୍ଣ୍ଣ ଜଳିଯାଇଥିବା ଦେଖିବାକୁ ପାଇଥିଲେ । ଘର ଭିତରେ ଥିବା ଫ୍ରିଜ, ଫିଲଟର, ଚେୟାର, ଅଣ୍ଡା ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଯାଇଛି । ବିଦ୍ୟୁତ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ