ଥାନା ବାବୁଙ୍କୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଆମ୍ବପୁଆ ପଞ୍ଚାୟତର ତିନି ଗ୍ରାମ ବାସୀ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ବେଲଗୁଣ୍ଠାର ନୂତନ ଥାନା ଉଦ୍ଘାଟନ ପରେ ନୂତନ ଥାନାର ଥାନା ବାବୁଙ୍କୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ବେଲଗୁଣ୍ଠା ବ୍ଳକ୍ ଆମ୍ବପୁଆ ପଞ୍ଚାୟତର ଟିକରପଡ଼ା, ବୋରିପଦର ଏବଂ ଭାଲିଆପଲ୍ଲୀ ଗ୍ରାମବାସୀ I ସୂଚନା ପ୍ରକାରେ ଉପରୋକ୍ତ ତିନୋଟି ଗ୍ରାମ ବେଲଗୁଣ୍ଠା ଠାରୁ ମାତ୍ର ପାଞ୍ଚରୁ ଛଅ କିଲୋମିଟର୍ ଦୂରରେ ଅବସ୍ଥିତ ଥିଲାବେଳେ ଏଠାରୁ ୨୫ କିଲୋମିଟର୍ ଦୂର ବୁଗୁଡ଼ା ଥାନା ଅଧୀନରେ ଆସୁଥିଲା I ଫଳରେ ଏହି ଗ୍ରାମ ଗୁଡ଼ିକର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ବହୁ ସମସ୍ୟା ଉପୁଜୁଥିଲା I ଏତେ ଦୂରରୁ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ବେଳେ ବେଳେ ସ୍ଥିତି ଅଣାୟତ ହୋଇ ଗୁରୁତର ରୂପ ଧାରଣ କରୁଥିଲା I କିନ୍ତୁ ଗତ ଡିସେମ୍ବର ୩୦ ତାରିଖରେ ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ବେଲଗୁଣ୍ଠା ଥାନା ଉଦ୍ଘାଟନ ହେବା ପରେ ବୁଗୁଡା ଥାନା ଅଧୀନରେ ଆସୁଥିବା ଉପରୋକ୍ତ ତିନୋଟି ଗ୍ରାମ ବେଲଗୁଣ୍ଠା ଥାନା ଅଧୀନକୁ ଆସିବା ଫଳରେ ସେହି ଗ୍ରାମ ଗୁଡ଼ିକର ଲୋକେ ଖୁସି ପ୍ରକଟ କରିବା ସହ ମୁଖମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜ୍ଞାପନ କରିଥିଲେ I  ଆମ୍ବପୁଆ ସରପଞ୍ଚ ପ୍ରମୋଦ ପ୍ରଧାନଙ୍କ ନେତୃତ୍ୱରେ ପୂର୍ବତନ ସରପଞ୍ଚ ପାଣୁ ପ୍ରଧାନ,ପୂର୍ବତନ ନାଏବ ସରପଞ୍ଚ ଭ୍ରମରବର ତାରିଣୀ, ପୂର୍ବତନ ନାଏବ ସରପଞ୍ଚ ଖଲିଆ ନାୟକ,ୱାର୍ଡ଼ ସଭ୍ୟ ସୁଦର୍ଶନ ଗୌଡ଼ ଏବଂ ବଳରାମ ଗୌଡଙ୍କ ସମେତ ଟିକରପଡ଼ାର ନବଘନ ପ୍ରଧାନ,ଭିକାରୀ ଜେନା, ବୋରିପଦରର ଶୁଶାନ୍ତ ସ୍ୱାଇଁ, ସନ୍ତୋଷ ବିଷୋୟୀ ଏବଂ ବନ ବିହାରୀ ଗୌଡ ଥାନାରେ ପହଞ୍ଚି ଏସ୍.ଆଇ ପ୍ରକାଶ ସାହୁ, ଏ.ଏସ୍.ଆଇ କୃଷ୍ଣ ଚନ୍ଦ୍ର ସେଠୀ ଏବଂ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ଉପସ୍ଥିତିରେ ବେଲଗୁଣ୍ଠା ଥାନା ବାବୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ l ଅଞ୍ଚଳର ଆଇନ୍ ଶୃଙ୍ଖଳା ରକ୍ଷା ଦିଗରେ ବେଲଗୁଣ୍ଠା ଥାନା ପ୍ରତିଷ୍ଠା ଏକ ମାଇଲ ଖୁଣ୍ଟ ହେବ ବୋଲି ତିନି ଗ୍ରାମର ଗ୍ରାମବାସୀ ମାନେ ପ୍ରକାଶ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ