କୁକୁଡା ଫାର୍ମ ପରିଦର୍ଶନ କଲେ ଅଧିକାରୀ ଓ ଚାଷୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ପ୍ରାଣୀ ଚିକିତ୍ସାଳୟରେ ୩ ଦିନ ଧରି ଜିଲା ସ୍ତରୀୟ ଆତ୍ମନିଯୁକ୍ତି ଓ ଦକ୍ଷତାବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦ ଜଣ ଚାଷୀ ଯୋଗ ଦେଇଥିଲେ । ଏହି ଅବସରରେ ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ସରମରା ଗ୍ରାମର ନିରଞ୍ଜନ ଜେନାଙ୍କ କୁକୁଡା ଫାର୍ମ ସମେତ ସତ୍ୟ ପ୍ରକାଶ ରାଉତଙ୍କ ୬ ଶହ କୁକୁଡା ଚିଆଁ ଉତ୍ପାଦନ ଯନ୍ତ୍ରାଂଶ ଓ କଡକ୍ ନାଥ କୁକୁଡା ଫାର୍ମକୁ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ଚାଷୀମାନେ ପରିଦର୍ଶନ କରିଥିବା ଜଣାଯାଇଛି । ସେଠାରେ କୁକୁଡା ମାନଙ୍କ ରୋଗ ଓ ଟିକାକରଣ ସମ୍ପର୍କରେ ଚାଷୀ ମାନଙ୍କୁ ଅବଗତ କରାଯାଇଥିଲା । ପରିଦର୍ଶନ ବେଳେ ଆଗରପଡା ପ୍ରାଣୀ ଚିକିତ୍ସକ ଡାକ୍ତର ଚିତ୍ତ ରଞ୍ଜନ ଦାସ, ଭଣ୍ଡାରିପୋଖରୀ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡାକ୍ତର ଦେବାଶୀଷ ଜେନା, ଭଦ୍ରକ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡାକ୍ତର ଲଲାଟେନ୍ଦୁ ନାୟକ, ପ୍ରାଣୀଧନ ନିରୀକ୍ଷକ ପ୍ରିୟବ୍ରତ ରାଉତ, କାହ୍ନୁ ଚରଣ ମିଶ୍ର, ରାଜେଶ ବିଶ୍ୱାଳ, ସଞ୍ଜୟ ଜେନା, କର୍ମଚାରୀ ଆକାଶ ଜେନା, ଶଶୀକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।


