ଗଜପତି ମଣ୍ଡିରେ ଧ।ନକିଣାରେ ଚାଷୀଙ୍କ ସମସ୍ୟା ଦୂର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଧାନ ମଣ୍ଡିରେ ଧାନକିଣା ସହ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରିଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ଚାଷୀ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ସେମାନଙ୍କ ସମସ୍ତ ସମସ୍ୟା ଉପରେ ଏକତ୍ରିତ ଭାବେ ଆଲୋଚନା କରି ସ୍ମାରକପତ୍ର ପ୍ରଦାନ କରିଥିଲେ । ଚାଷୀ ସଙ୍ଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ,ପୂର୍ବତନ ବିଧାୟକ ତଥା ଅଗ୍ରଣୀ କୃଷକ ନେତା ବିଜୟ କୁମାର ଜେନା,ଏଡଲା ରାମଦାସ,କୃଷ୍ଣଚନ୍ଦ୍ର ଜେନା,ତାରିଣୀ ନାୟକ ପ୍ରମୁଖ କହିଛନ୍ତି ଧାନରେ ଅଗାଡି ଓ ଧାନ ଓଦାଥିବା କାରଣ ଦର୍ଶାଇ ମଣ୍ଡିରେ ଚାଷୀମାନଙ୍କୁ ବିଭିନ୍ନ ଭାବେ ହଇରାଣ କରାଯାଉଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ମଣ୍ଡିରେ ଚାଷୀମାନେ ସୁବିଧାରେ ଧାନ ବିକ୍ରି କରିବା ବ୍ୟବସ୍ଥା କରାଯାଉ । ଏଥିସହ ଚାଷ କାର୍ଯ୍ୟରେ ଚାଷୀକୁ ସବୁ ପ୍ରକାର ସହାୟତା ପ୍ରଦାନ କରାଯିବା ସହ ୭ହଜାର ହେକ୍ଟର ଜମିରେ ଜଳସେଚନ ବ୍ୟବସ୍ଥା କରାଯିବା ପାଇଁ ଏହି ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ସହ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ