ବିଦ୍ୟୁତ୍ ଆଘାତରେ ୨ ମହିଳା ମୃତ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାରପୁର ଥାନା ତେନ୍ତୁଳିଡିହ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ନିଜ ଘରର ଗ୍ରିଲରେ ବିଦ୍ୟୁତ୍ କୈାଣସି କାରଣରୁ ସଂଯୋଗ ହୋଇଥିବାରୁ ମହିଳା ଜଣକ ଗ୍ରିଲ ସଂସ୍ପର୍ଶରେ ଆସି ଲାଗିରହିଥିବାବେଳେ ପଡୋଶୀ ମହିଳା ଜଣକ ସାହାର୍ଯ୍ୟ କରିବାକୁ ଆସି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦୁଇ ଜଣ ମହିଳା ଗୁରୁତର ଆହାତ ହୋଇଥିଲେ । ଆହାତ ହୋଇଥିବା ମିହଳା ଜଣଙ୍କ ପରିଚୟ ସେହି ଗ୍ରାମର ବିଦ୍ୟୁତ ଲତା ମହାପାତ୍ର ଓ ମମତା ମହାପାତ୍ର ବୋଲି ଜଣାପଡିଛି ା । ଗୁରୁତର ଅବସ୍ଥାରେ ପରିବାର ଲୋକେ ମହିଳା ଦୁଇ ଜଣଙ୍କୁ ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତିକରିଥିଲେ । ଡାକ୍ତର ହସପିଟାଲରେ ଦୁଇ ମହିଳାଙ୍କ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।