ଭାରତ ଆସିବେ ଜିନପିଙ୍ଗ୍
(ଯୁଗାବ୍ଦ ନ୍ୟୁଜ )ଅକ୍ଟୋବର ୧୧ରେ ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗ୍ ଦୁଇ ଦିନିଆ ଭାରତ ଗ୍ରସ୍ତ ରେ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଚେନ୍ନାଇରେ ଜିନପିଙ୍ଗ୍ ସାକ୍ଷାତ କରିବେ। ସେ ଶୁକ୍ରବାର ୧ଟା ୩୦ରେ ଚେନ୍ନାଇରେ ପହଁଚିବେ ଓ ଏହାର ପରଦିନ ଚୀନ ପ୍ରତ୍ୟାବର୍ତ୍ତନ କରିବେ। ୪ଟି ପ୍ରମୁଖ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ୫ଘଣ୍ଟା ଧରି ବୈଠକ ହେବ। ତେବେ ଜିନପିଙ୍ଗ୍ ଚେନ୍ନାଇରେ ପହଁଚିବା ପରେ ମୋଦୀଙ୍କ ସହ ଶୁକ୍ରବାର ସନ୍ଧ୍ୟା ୫ଟାରେ ଅନୌପଚାରିକ ଭାବରେ ବୈଠକ କରିବେ। ଏହାପରେ ଦୁଇ ନେତା ଅର୍ଜୁନଙ୍କ ତପସ୍ୟା ସ୍ଥଳୀ, ପଞ୍ଚ ରଥ ଓ ମଲ୍ଲପୁରମର ଶୋର ମନ୍ଦିର ଯାତ୍ରା କରିବେ।