ହିଞ୍ଜିଳିକାଟୁର ୪ ସ୍କୁଲକୁ ଶ୍ରେଷ୍ଠ ବିଦ୍ୟାଳୟ ଘୋଷିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଗତ ଶିକ୍ଷାବର୍ଷ(୨୦୧୯-୨୦) ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ପାସ୍ ହାର ସର୍ବାଧିକ ରଖିଥିବା ହିଞ୍ଜିଳିକାଟୁ ବ୍ଳକର ୩ଟି ଉଚ୍ଚ ବିଦ୍ୟାଳୟ ଯଥା କଂଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ସାହାପୁର ପଂଚାୟତ ଉଚ୍ଚ ବିଦ୍ୟାଳୟ, ବେଲଗାଁର ରଘୁନାଥ ଉଚ୍ଚ ବିଦ୍ୟାପିଠ ଓ ପୌରାଂଚଳର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ସୁତ୍ରରୁ ପ୍ରକାଶ । ଗତ ଶିକ୍ଷାବର୍ଷରେ ବେଲଗାଁ ରଘୁନାଥ ଉଚ୍ଚ ବିଦ୍ୟାପିଠ ଓ ସରସ୍ୱତୀ ଶିଶୁ ବିଦ୍ୟାମାନ୍ଦିରର ପାସ୍ ହାର ଶତ ପ୍ରତିଶତ ରହିଥିବା ବେଳେ କଂଚୁରୁ ଓ ସାହାପୁଣ ଉଚ୍ଚ ବିଦ୍ୟାଳୟର ପାସ ହାର ୯୭% ରହିଥିଲା । ଶ୍ରେଷ୍ଠ ବିଦ୍ୟାଳୟ ଭାବେ ଘୋଷିତ ହୋଇଥିବା ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ । ଅନ୍ୟପକ୍ଷରେ ଶ୍ରେଷ୍ଠ ସ୍ଥାନରେ ରହିଥିବା ବ୍ଳକର ୧ଶହ ଓ ପୌରାଂଚଳର ୫୦ ଜଣ ଶିକ୍ଷାର୍ଥୀଙ୍କୁ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ମେଧାବୃତି ଓ ଓଡ଼ିଆ ସାହିତ୍ୟରେ ପ୍ରଥମ ୧୫ଜଣ ଶିକ୍ଷାର୍ଥୀଙ୍କୁ ଭାଷା ବୃତି ପୁରସ୍କାର ଭାବେ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ପ୍ରଦାନ କରାଯିବ ।ଏଥି ସକାଶେ ବିଦ୍ୟାଳୟ ଓ ଶିକ୍ଷାର୍ଥୀଙ୍କ ତାଲିକା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି । ଶ୍ରେଷ୍ଟ ବିବେଚିତ ଉଚ୍ଚ ବିଦ୍ୟାଳୟ ଓ ପୁରସ୍କୃତ ପାଇଁ ଯୋଗ୍ୟ ଶିକ୍ଷାର୍ଥୀଙ୍କ ବ୍ୟାଙ୍କ ଆକାଉଂଟ କୁ ଆସନ୍ତା ୨୦ ତାରିଖ ସୁଦ୍ଧା ଅନଲାଇନ ମାଧ୍ୟମରେ ପୈଠ କରାଯିବ ବୋଲି ବିଇଓ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ