ଜିଲ୍ଲା ସ୍ତରୀୟ ପାଲାଗାୟକ ସମ୍ମିଳନୀ ଉଦଘାଟିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ପାଲା ଗାୟକ ସମ୍ମିଳନୀ ସ୍ଥାନୀୟ ଶ୍ୟାମସୁନ୍ଦରପୁର ଗଡାସ୍ଥିତ ଚଣ୍ଡିଆ ପ୍ୟାଲେସ ପରିସରରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଗାୟକ ସମ୍ରାଟ ଲକ୍ଷ୍ମୀଧର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡଃ. ସର୍ବେଶ୍ୱର ସେଣ, ସମ୍ମାନୀତ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପାଲା ଗାୟକ ପର୍ଶୁରାମ ପଣ୍ଡା,ବାବା ଅନନ୍ଦାନନ୍ଦ ପ୍ରସନ୍ନ ବରାଳ, କଟକ ଜିଲ୍ଲା ପାଲା ପରିଷଦର ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଓଡିଶାର ପାଲା ସଂସ୍କୃତି ସମ୍ପର୍କରେ ଆଲୋଚନା କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ପାଲା ପରିଷଦର ସଭାପତି ପ୍ରକୃତିବନ୍ଧୁ ଗାୟକ ଗଗନବିହାରୀ ସିଂହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ପ୍ରଫୁଲ୍ଲ କୁମାର ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ଗାୟକ କ୍ଷୀରୋଦ କୁମାର ନାଥ, ସହଦେବ ବାରିକ, ସୁରେନ୍ଦ୍ର ଶତପଥୀ, ଗୋଲକ ସ୍ୱାଇଁ ଓ ଶରତ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କବି କରୁଣାକର ଦାସ,ନାଟ୍ୟକାର ସଞ୍ଜୟ ମଲ୍ଲିକଙ୍କ ସମେତ ୧୦ଜଣ ଦକ୍ଷ, ବୟୋଜ୍ୟେଷ୍ଠ କଳାକାରଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପାଲା ଗାୟକ ପରିଷଦର ନୂତନ ସଭାପତି ଭାବେ ଆକାଶବାଣୀ ଓ ଦୂରଦର୍ଶନର କଳାକାର ଗଗନବିହାରୀ ସିଂହ ଓ ସମ୍ପାଦକ ଭାବେ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା । ଉତ୍ସବ ଶେଷରେ ଗାୟକ ବସନ୍ତ କୁମାର ବେହେରା ଓ ଗାୟକ ପ୍ରଫୁଲ୍ଲ କୁମାର ପଣ୍ଡା ପାଲା ପରିବେଷଣ କରିଥିଲେ । କୋଭିଡ ନିୟମ ଅନୁପାଳନ ପୂର୍ବକ ଅନୁଷ୍ଠିତ ଏହି ବାର୍ଷିକ ପାଲା ଗାୟକ ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ପାଲା ଗାୟକ, ଗାୟିକା, କଳାକାର, ସଂସ୍କୃତି ପ୍ରେମୀ, ସାହିତ୍ୟିକ ଓ ବୁଦ୍ଧିଜୀବିମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ