ରହସ୍ୟ ଘେରରେ ଖୁଲଣାର ମୃତ୍ୟୁ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ୍‌):ଅସ୍ତରଙ୍ଗ ଥାନା ଅନ୍ତର୍ଗତ କୁଳସାହି ଗ୍ରାମର ଜୈନିକ ମହିଳାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି । ଅସ୍ତରଂଗ ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ରିପୋର୍ଟକୁ ଅପେକ୍ଷା କରି ରହିଛି । ଯାହାକି ଖୁଲଣାର ମୁତ୍ୟୁ ରହସ୍ୟ ଘେରରେ ରହିଥିବା ଚର୍ଚ୍ଚା ହେଉଛି । ପୋଲିସ ସୂଚନା ଅନୁସାରେ ଗତ ୬ ତାରିଖ ରବିବାର କୁଳସାହି ଗ୍ରାମର ରାମଚନ୍ଦ୍ର ପରିଡାଙ୍କ ପତ୍ନୀ ଖୁଲଣା ପରିଡା(୪୮)ଙ୍କର ମୃତ୍ୟୁ ହୋଇଥିଲା । ଖୁଲଣାର ମୃତ୍ୟୁ ଶରୀରକୁ ସଂସ୍କାର କରିବା ପାଇଁ ପରିବାର ପକ୍ଷରୁ ପ୍ରସ୍ତୁତ ଚାଲିଥିଲା । କିନ୍ତୁ ଅସ୍ତରଙ୍ଗ ପୋଲିସ ଏକ ବିଶେଷ ସୁତ୍ରରୁ ଖୁଲଣାକୁ ହତ୍ୟା କରାଯାଇଥିବା ଖବର ପାଇ ସ୍ଥାନୀୟ ଗ୍ରାମରକ୍ଷୀକୁ ପଠାଇ ଶବ ସଂସ୍କାର ନକରିବା ପାଇଁ କୁହାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରିଥିଲା । କିନ୍ତୁ ଖୁଲଣାର ବାପଘର ଓ ଶାଶୁଘର ପକ୍ଷରୁ ସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିବା କୁହାଯାଇଥିଲା । କିନ୍ତୁ ପୋଲିସ ନିଜ ଆଡୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ । ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଅସ୍ତରଂଗ ଥାନା ଆରକ୍ଷୀ ନିରୀକ୍ଷକ ଶରତ କୁମାର ନାୟକ କହିଛନ୍ତି । ଅନ୍ୟପଟରେ ଅପରାହ୍ନ ସମୟରେ ଖୁଲଣାର ମୃତ ଶରୀରର ବାରିପଟରେ ପଡିଥିବା ବେଳେ ପରିବାର ପକ୍ଷରୁ ମୃତ ଶରୀରକୁ ଉଦ୍ଧାର କରାଯାଇ ସଂସ୍କାର କରିବା ପାଇଁ ପ୍ରସ୍ତୁତ ଚାଲିଥିଲା । କିନ୍ତୁ ସ୍ଥାନୀୟ ଲୋକଙ୍କ ମଧ୍ୟରୁ ଖୁଲଣାର ମୃତ୍ୟୁ ସ୍ୱାଭାବିକ ଭାବେ ହୋଇ ନଥିବା ପୋଲିସକୁ ଖବର ଦିଆଯାଇଥିଲା । କିନ୍ତୁ ପୋଲିସ ବିଳମ୍ବିତ ରାତିରେ ପହଁଚି ଶବକୁ ଜବତ କରିଥିଲା । ପୋଲିସ ସଂଧ୍ୟା ସମୟରେ ଖବର ପାଇଥିଲେ ମଧ୍ୟ କାହିଁକି ବିଳମ୍ବିତ ସମୟରେ ଘଟଣାସ୍ଥଳରେ ପହଁଚିଥିଲା । ନା ମାମଲାକୁ ରଫାଦଫା କରିବାକୁ ଚେଷ୍ଟା ଚଳାଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଆଲୋଚନା ବିଷୟ ପାଲଟିଛି । ଏ ସଂର୍ପକରେ ଖୁଲଣା ପରିଡାଙ୍କ ପରିବାର ଲୋକଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ