ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ସ୍ବଚ୍ଛତା କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ସାରା ରାଜ୍ୟରେ ସ୍ବଚ୍ଛତା କାର୍ଯ୍ୟକ୍ରମକୁ ଗୁରୁତ୍ବ ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୈାର ପରିଷଦକୁ ରାଜ୍ୟର ୧ନମ୍ବର କରିବା ସକାଶେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଅଞ୍ଚଳବାସୀ ଉଦ୍ୟମ ଜାରି ରଖିଛନ୍ତି । ଶନିବାର ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ପ୍ରତିଭା ପାତ୍ରଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଓ ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଚିକିତ୍ସାଳୟ ପରିସର ସଫା କରିବା ସହିତ ଆଗାମୀ ଦିନରେ ଡ଼ାକ୍ତରଖାନା ପରିସରରେ ବୃକ୍ଷ ରୋପଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଡାକ୍ତର ପାତ୍ର କହିଛନ୍ତି । ସ୍ଥାନୀୟ ଡ଼ାକ୍ତରଖାନାକୁ ସ୍ବଚ୍ଛତା ରଖିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରଶାସନ ପକ୍ଷରୁ ସର୍ବଦା ସହଯୋଗର ହାତ ରହିଛି ବୋଲି ଅତିଥି ମାନେ କହିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ଡ଼ାକ୍ତର ତଥା ସ୍ତ୍ରୀ ଓ ପ୍ରସୂତି ବିଭାଗୀୟ ବିଶେଷଜ୍ଞ ଡାକ୍ତର ମାଧବ କୁମାର ସାହୁ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଦୁର୍ଗା ପ୍ରସାଦ ପଣ୍ଡା, ଦନ୍ତ ବିଶେଷଜ୍ଞ ଡାକ୍ତର ତାପସ କୁମାର ଶିଅଳ, ଡାକ୍ତର ବଳରାମ ଜେନା, ଡାକ୍ତର ସୋନାଲି ଗୁପ୍ତା, ଡାକ୍ତର ପ୍ରିୟଙ୍କା ଦାଶ, ଫାର୍ମାସିଷ୍ଟ କାର୍ତ୍ତିକେଶ୍ବର ସାହୁ, ହିସାବ ରକ୍ଷକ ସତ୍ୟ ନାରାୟଣ ପଟ୍ଟନାୟକ, ଷ୍ଟାପନର୍ସ , ସଫେଇ କର୍ମଚାରୀ, ସୁରକ୍ଷା କର୍ମୀଙ୍କ ସମେତ ଉପଖଣ୍ଡ ଚିକିତ୍ସାଳୟର ସମସ୍ତ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।