ଗାଁ ସାଥି ସଂଘ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ପୋଲସରା,(ଅନିଲ କୁମାର ମହାରଣା) : ପୋଲସରା ବ୍ଲକ ଗାଁ ସାଥି ସଂଘ ପକ୍ଷରୁ ସୋମବାର ଦିନ ହାତୀଓଟ ବୃଦ୍ଧାଶ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ନୂତନ ବର୍ଷର ସମ୍ବର୍ଦ୍ଧନା ଜଣାଇଥିଲେ। ପୋଲସରା ବ୍ଲକ ଗାଁ ସାଥି ସଙ୍ଘର ସଭାପତି ଅଶୋକ କୁମାର ବିଷୋୟୀଙ୍କ ନେତୃତ୍ବରେରେ ସମସ୍ତ ଗାଁ ସାଥି ବିଧାୟକ ତଥା ଗଂଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଗାଁ ସାଥିର ସମସ୍ତ ସଭ୍ୟ ଏନଆରଜିଏସ୍ ମାଧ୍ୟମରେ ହେଉଥିବା ପ୍ରତ୍ୟେକ କାମରେ ନିଜର ଆଶା ଅନୁରୂପ ପ୍ରାପ୍ୟ ମିଳୁ ନଥିବା ସମ୍ପର୍କରେ ବିଧାୟକ ଶ୍ରୀ ସାହୁଙ୍କୁ ଅବଗତ କରାଇଥିଲେ । ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ସୁବିଧା ଓ ସୁଯୋଗ ପାଇବା ପାଇଁ ଗାଁ ସାଥି ସଂଘ ପକ୍ଷରୁ ବିଧାୟକଙ୍କୁ ନିବେଦନ କରିଥିଲେ। ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅଜିତ କୁମାର ପ୍ରଧାନ, ବୁଲୁ ପାତ୍ର , ରବି ରଞ୍ଜନ ବରାଡ଼ , ରୁନୁ ଗୌଡ଼, ବନିତା କୁମାରୀ ବେହେରା , ପୁଷ୍ପ ଲତା ଦିଗାଲ୍, ସୁକାନ୍ତି ସାହୁ , ସାରଦା ସ୍ବାଇଁ , ସବିତା କାନ୍ତି ପ୍ରଧାନ, ସୂର୍ଯ୍ୟକାନ୍ତି ରାଉତ, ପ୍ରତିମା ପ୍ରଧାନ , ସନ୍ତୋଷି ପ୍ରଧାନ , ଲଳିତ ମୋହନ ନାୟକ , ରତ୍ନାକର ଜେନା , ପ୍ରତିମା ଭୂୟାଁ , ଚନ୍ଦ୍ରମଣି ସାହୁ , ବ୍ରଜେଶ୍ବରୀ ପ୍ରଧାନ , ସୂର୍ଯ୍ୟ କାନ୍ତି ସାହୁ , ଟୁନା ନାହାକ , ଗୀତାବାଇ ଦୋରା , ଅରୁଣ କୁମାର ସାହୁ , ସାହେବ ସ୍ବାଇଁ , ବିଜୟ କୁମାର ଗୌଡ଼ ପ୍ରମୁଖ ଗାଁ ସାଥି ସଙ୍ଘର ସଭ୍ୟ ଓ ସଭ୍ୟା ମାନେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ