ଶିକ୍ଷାବିତ ଚିତ୍ତରଞ୍ଜନ ପ୍ରଧାନଙ୍କ ଦେହାନ୍ତ
ବୁଗୁଡ଼ା,(ଅନିଲ କୁମାର ମହାରଣା) : ବୁଗୁଡ଼ାର ବିଶିଷ୍ଟ ଶିକ୍ଷାବିତ ଜିଲ୍ଲା ଶିକ୍ଷାଧିକାରୀ ତଥା ବୁଗୁଡା ପିପୁଲସ ହାଇ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପ୍ରଧାନଙ୍କ ଜାନୁୟାରୀ ୧୧ ତାରିଖ ଦିନ ବୁଗୁଡା ସହରର ନିଜ ବାସ ଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କର ବୟସ ପ୍ରାୟ ୮୦ ବର୍ଷ ହୋଇଥିବା ବେଳେ ମୃତ୍ୟୁ ଶଯ୍ୟା ନିକଟରେ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ । ସ୍ବର୍ଗତ ପ୍ରଧାନ ଜଣେ ସରଳ, ଛାତ୍ରବତ୍ସଳ ଆଦର୍ଶ ଶିକ୍ଷକ ଥିବା ବେଳେ ତାଙ୍କର ପରଲୋକରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।


