ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଜନ୍ମଦିନକୁ ସଂଖ୍ୟାଲଘୁ ମୋର୍ଚ୍ଚା ପାଳନକଲା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଜୀଙ୍କ ଦୀର୍ଘ ଜୀବନ କାମନା କରି କେନ୍ଦ୍ରାପଡାର ପ୍ରସିଦ୍ଧ ପୀରବାବା (ମନସୁରବାବା)ଙ୍କ ପୀଠରେ ଚାଦର ଚଢାଇ ଆଲାଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । ଏହି ଉପଲକ୍ଷେ ବିଜେପିର ବରିଷ୍ଠ ନେତା ମହମ୍ମଦ ସଲୀମ ଖାନଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ସେକ ବୁରହାନ ଅଲ୍ଲୀ, ମୀର ସଲିମ, ସେକ ଇସଲାମୁଦ୍ଦିନ, ମହମ୍ମଦ ଆଝାରୁଦ୍ଦିନ, ମହମ୍ମଦ ଅଜମଲ, କଲୀମ ଖାନ, ସେକ ଜମିଲ, ମୀର ଅବଦୁଲ ସଲୀମ, ସେକ ଅବଦୁଲ ରିହାନଙ୍କ ସମେତ ବହୁ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ପ୍ରାର୍ଥନାରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ