ଦେଶୀ ମଦ ତିଆରି ପାଲଟିଛି କୁଟୀର ଶିଳ୍ପ,୧୫ ଶହ ଲିଟର ପୋଚ କରାଗଲା ନଷ୍ଟ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡା ଅବକାରୀ ଥାନା ଅଞ୍ଚଳରେ ଦେଶୀମଦ ତିଆରି କୁଟୀର ଶିଳ୍ପ ପାଲଟିଥିବା ଦେଖା ଦେଇଛି। ଘରେ, ଘର ପାଖରେ, ନିକଟ ଜଙ୍ଗଲରେ ଅବାଧରେ ଚାଲିଛି ଚୋରା ଦେଶୀ ମଦ ରନ୍ଧା। ବହୁବାର ମିଳିତ ଚଢ଼ାଉରେ ମଦ, ପୋଚ ଓ ମଦ ରନ୍ଧା ସାମଗ୍ରୀ ସହ ଆସାମୀ ମାନଙ୍କୁ ଗିରଫ କରାଯାଇ ଥିଲେ ମଧ୍ୟ ଅବକାରୀ ବିଭାଗର ଅବହେଳା ଯୋଗୁଁ ଚୋରା ମଦ ବ୍ୟବସାୟ ବୃଦ୍ଧି ପାଇବା ମୁଖ୍ୟ କାରଣ ହୋଇଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ଗତକାଲି ମାଣିତରା ହରିଜନ ସାହି ନିକଟରେ ବିଭିନ୍ନ ଜଙ୍ଗଲିଆ ସ୍ଥାନରେ ଚୋରା ଦେଶୀ ମଦ ରନ୍ଧା ହେଉଥିବା ଜାଣିବା ପରେ ଜାନୁଆରୀ ୧୨ ତାରିଖ ଅପରାହ୍ନରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ମାଜିଷ୍ଟ୍ରେଟ ଦାୟିତ୍ୱରେ ଯାଇଥିବା ବେଳେ ବୁଗୁଡା ଥାନା ସହକାରୀ ଉପ ଆରକ୍ଷୀ ନିରୀକ୍ଷକ ଅମୀୟ କୁମାର ପାଢୀ ଓ ପୋଲିସ ଫୋର୍ସ ସହ ଦୁଇଜଣ ଅବକାରୀ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରି ମଦ ତିଆରି ପାଇଁ ଗଛିତ ଥିବା ୧୫ ଶହ ଲିଟର ପୋଚ ନଷ୍ଟ କରିବା ସହ ବହୁ ମଦ ରନ୍ଧା ସାମଗ୍ରୀ ଜବତ ହୋଇଛି। ହେଲେ କାହାରିକୁ ମଧ୍ୟ ଗିରଫ କରି ପାରିନଥିବା ଜଣାପଡିଛି। ଦିନକୁ ଦିନ ଚୋର ମଦ କାରବାର ବୃଦ୍ଧି ପାଉଥିବା ବେଳେ ବିଷାକ୍ତ ମଦ ମୃତ୍ୟୁକୁ ଏଡାଇ ଦିଆଯାଇ ପାରିବା ନାହିଁ।ଅବକାରୀ ବିଭାଗ ନିୟମିତ ପେଟ୍ରୋଲିଂ କଲେ ଚୋରା ମଦ କାରବାର କମି ପାରିବା ସହ ଭବିଷ୍ୟତର ଅଘଟଣକୁ ମଧ୍ୟ ଏଡାଇ ଦିଆ ଯାଇପାରିବ ବୋଲି ଜନସାଧାରଣ ମତ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ