ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ରେ ମେଧାବୃତ୍ତି ପ୍ରଦାନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ମଙ୍ଗଳବାର ଦିନ ଅପରାହ୍ନ ସମୟରେ ଗଞ୍ଜାମ ଜିଲ୍ଲା, ଭଞ୍ଜନଗର ର ସ୍ବେଛାସେବୀ ଅନୁଷ୍ଠାନ “ବିଡେକା ” ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗରିବ ଶ୍ରେଣୀ ର ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି l ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ର 3 ଜଣ ଛାତ୍ର ଯଥା ଅଷ୍ଟମ ଶ୍ରେଣୀ ର ଓମ ପ୍ରଭୁଜ୍ୟୋତ, ସପ୍ତମ ଶ୍ରେଣୀ ର ଓମ ବେହେରା ଓ ଏସ ପ୍ରଦ୍ୟୁମ୍ନ ପ୍ରଧାନ ପ୍ରଭୃତି ଛାତ୍ର ଙ୍କୁ 25000 ଟଙ୍କା ହିସାବ ରେ ତିନି ଜଣ ଙ୍କୁ ସର୍ବମୋଟ 75000 ଟଙ୍କା ପ୍ରଦାନ କରାଯାଇଛି l “ବିଡେକା ” ଅନୁଷ୍ଠାନ ର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଗୌଡ଼ଙ୍କ ଅଧ୍ୟକ୍ଷତା ରେ ବିଡେକା ର କର୍ମକର୍ତ୍ତା ରାଜେଶ ପଟ୍ଟନାୟକ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତି ରେ ଉକ୍ତ ବୃତ୍ତି ରାଶି ପ୍ରଦାନ କରିଥିଲେ l ଉକ୍ତ 3ଜଣ ଗରିବ ତଥା ମେଧାବୀ ଛାତ୍ର ବିଦ୍ୟାଳୟ ରେ କିପରି ସୁଅଧ୍ୟୟନ କରି ନିଜର ନାମକୁ ଟେକ ରଖିବାସହିତ ବିଦ୍ୟାଳୟ ର ନାମକୁ ବଜାୟ ରଖିବେ ସେ ସମ୍ପର୍କ ରେ ସୂଚାଇଥିଲେ l ବିଦ୍ୟାଳୟ ପକ୍ଷରୁ ମଧ୍ୟ ମେଧାବୀ ଛାତ୍ର ଛାତ୍ରୀ ଙ୍କ ପାଇଁ ଏଠାରେ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯାଇଛି l ବିଡେକା ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ଙ୍କ ଏଭଳି ମାନବିକତା ଗୁଣ ପାଇଁ ସାଇଗୁରୁକୁଳ ଆବାସିକ ବିଦ୍ୟାଳୟ ର ଅଧକ୍ଷ ଅଜିତ କୁମାର ଶତପଥି ଓ ନିର୍ଦ୍ଦେଶକ ଶାନ୍ତ୍ୱନୁ କୁମାର ତ୍ରିପାଠୀ ସାଧୁବାଦ ଜଣାଇଥିଲେ l ଏହି ସହଯୋଗ ଦ୍ୱାରା ଉନ୍ନତ ଶିକ୍ଷାଦାନ ରୁ ବଞ୍ଚିତ ହେଉଥିବା ମେଧାବୀ ଛାତ୍ର ଛାତ୍ରୀ ମାନେ ନିଜ ନିଜର ଭବିଷ୍ୟତ ତିଆରି କରିପାରିବେ ବୋଲି ଉଲ୍ଲେଖ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନ ର ସଭାପତି ତଥା ସମାଜସେବୀ ଶୁଳପାଣି ଶତପଥି ଓ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହାୟତା ଯୋଗାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ