ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା
(ଯୁଗାବ୍ଦ ନ୍ୟୁଜ) : ୨୦୧୮ ଓ ୨୦୧୯ ବର୍ଷ ପାଇଁ ସାହିତ୍ୟରେ ଘୋଷଣା ହେଲା ନୋବେଲ ପୁରସ୍କାର। ମେଡିସିନ୍, ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା ପରେ ବର୍ତ୍ତମାନ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୨୦୧୮ ମସିହା ପାଇଁ ସାହିତ୍ୟରେ ପୋଲାଣ୍ଡର ଲେଖିକା ଓଲ୍ଗା ଟାକାରଜୁକ୍ଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଓଲ୍ଗା ଟାକାରଜୁକ୍ ହେଉଛନ୍ତି ପୋଲିସ୍ ଭାଷାର ଜଣେ ପ୍ରଖ୍ୟାତ୍ ଲେଖିକା । ସେହିପରି ୨୦୧୯ ମସିହା ପାଇଁ ଅଷ୍ଟ୍ରିଆର ଲେଖକ ପିଟର ହ୍ୟାଣ୍ଡ୍କେଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ।