ସୁନା ବ୍ୟବସାୟୀଙ୍କୁ ବଟି ମାଗିବା ଘଟଣା : ଜଣେ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳି ଥାନା ବୁରୁପୋଡ଼ା ଗ୍ରାମର ସୁନା ବ୍ୟବସାୟୀ ପୁର୍ଣ୍ଣଚନ୍ଦ୍ର ପାଳଙ୍କୁ ଜଣେ ବ୍ୟକ୍ତି ଗତ ୨୦୨୦ଡ଼ିସେମ୍ବର ୨ ତାରିଖରେ ୭୭ ହଜାର ଟଙ୍କା ବଟି ମାଗିଥିଲା । ବଟି ଅର୍ଥ ନଦେଲେ ହତ୍ୟା ଧମକ ଦେଇଥିଲେ । ଘଟଣା ନେଇ ସୁନା ବ୍ୟବସାୟୀ ଜଣଙ୍କ ସେହି ଦିନ ହିଁ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ହିଞ୍ଜିଳି ଥାନାରେ ନଂ-୪୩୩/୨୦ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ବୁଧବାର ସଂପୃକ୍ତ ବ୍ୟକ୍ତି ହିଞ୍ଜିଳିକାଟୁ ପୌରାଂଚଳରେ ବୁଲୁଥିବା ବେଳେ ପୁଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଥିଲେ । ଗିରଫ ଯୁବକ ଜଣକ ଛତ୍ରପୁର କରଣ ସାହି ବାସିନ୍ଦା ଦେବଦତ ପ୍ରଧାନ ଓରଫ୍ ମଂଟୁ (୩୭) । ଗିରଫ ପରେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।


