ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ କୋଭିଡ୍୧୯ ଟିକା କରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଦେଶରୁ କରୋନା ମୁକ୍ତ ଏବଂ ସମସ୍ତଙ୍କ ମୂଲ୍ୟବାନ ଜୀବନ ସୁରକ୍ଷା ପାଇଁ କୋଭିଡ୧୯ ଟିକାକରଣର ଉଦେଶ୍ୟ । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଶନିବାର ଦିନ କୋଭିଡ୍ ୧୯ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।ଭାରତର ପ୍ରଧାନମନ୍ତ୍ରୀ ଟିକାକରଣ କାର୍ଯ୍ୟକ୍ରର ଶୁଭାରମ୍ଭ ହେବାପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଟିକାକରଣ ଶୁଭାରମ୍ଭ ହୋଇଥିଲା ।୧୦୦ ଜଣ ଆଗଧାଡିର କରୋନାଯୋଦ୍ଧା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ନାମ ପଂଜିକରଣ କରାଯାଇଥିଲା । ସେଥିମଧ୍ୟରୁ ଡାକ୍ତରଙ୍କ ସମେତ ୮୦ ଜଣ କର୍ମଚାରୀ ଟିକା ନେଇଥିଲେ । କାହାରି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ଡ଼ାକ୍ତର ପ୍ରମୋଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଟିକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ରାଇରଙ୍ଗପୁର ମହାବିଦ୍ୟାଳୟର ଏନ୍ଏନ୍ଏସ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଏନ୍ଏନ୍ଏସ , ରାଇରଙ୍ଗପୁର ରୋଟାରୀ କ୍ଲବ ସଭାପତି ବିକାଶ ଭୂତ, ଅରବିନ୍ଦ ବାଗାଡିଆ, ବିଷ୍ଣୁ ପ୍ରସାଦ ଜେନା, ଅତନୁ ମହାନ୍ତି,ବିଜୁ ଜେନାଙ୍କ ସମେତ ବହୁ ସ୍ବେଛାସେବୀ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ