ବରିଷ୍ଠ ଆଇନଜୀବୀ ଆଶାନନ୍ଦ ସାହୁଙ୍କ ଦେହାନ୍ତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ଆଶାନନ୍ଦ ସାହୁଙ୍କର ରବିବାର ସକାଳ ୭ଟା ସମୟରେ ୮୩ବର୍ଷ ବୟସରେ ବିୟୋଗ ହୋଇଯାଇଛି । ତାଙ୍କ ବିୟୋଗରେ କେନ୍ଦ୍ରାପଡା ସହରରେ ଗଭୀର ଶୋକର ଛାୟା ଖେଳିଯାଇଛି । ବିୟୋଗ ଖବର ପାଇ ତାଙ୍କ ମେଡିକାଲ ରୋଡସ୍ଥିତ ବାସଭବନରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, କେନ୍ଦ୍ରାପଡା ବିଧାୟକ ଶିଶିଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକ,ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଜିଲ୍ଲା ଓକିଲ ସଙ୍ଘ ସଭାପତି ସରୋଜରାଜ ସିଂ, ଧ୍ରୁବ ଚରଣ ଜେନା, ଧରଣୀଧର ସୁଆର, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ପୂର୍ବତନ ପୈାରପାଳ ମହମ୍ମଦ ଆକବର ଅଲ୍ଲୀ, ପୂର୍ବତନ ପୈାରାଧ୍ୟକ୍ଷ ଧିରେନ କୁମାର ସାହୁ, ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା, ହିବଜୁର ରହେମାନ, ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ପ୍ରାକ୍ତନ ପବ୍ଲିକ ପ୍ରସିକ୍ୟୁଟର ଭୀମସେନ ଭୂୟାଁ, ବରିଷ୍ଠ ଆଇନଜୀବି ଗଗନବିହାରୀ ଜେନା, ସଞ୍ଜୟ କୁମାର ଜେନା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ପହଁଚି ସ୍ୱର୍ଗତ ସାହୁଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ତାଙ୍କ ମର ଶରୀର ନିକଟରେ ୪ ଝିଅ ଓ ଏକମାତ୍ର ପୁତ୍ର ସରକାରୀ ଓକିଲ ମନୋଜ କୁମାର ସାହୁ ଏବଂ ବୋହୁ ତଥା ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ରୋସ୍ନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପରେ ପରେ ତାଙ୍କ ମରଶରୀରକୁ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟ ପରିସରକୁ ଆଣାଯାଇଥିଲା । ସେଠାରେ ଆଇନଜୀବୀମାନେ ସ୍ୱର୍ଗତ ସାହୁଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ସମ୍ମାନ ଜଣାଇଥିଲେ । ଏହି ଖବର ପାଇ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା, କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ରାଜ୍ୟ ଅତିରିକ୍ତ ପବ୍ଳିକ ପ୍ରସିକ୍ୟୁଟର ଚିତରଂଜନ କାନୁନଗୋ ପ୍ରମୁଖ ଶୋକ ବ୍ୟକ୍ତ କରିଥିବା ବେଳେ ଆଇନଜୀବୀ କୁଳମଣି ଦାସ, ଅକ୍ଷୟ ମହାନ୍ତି, ବିମ୍ବାଧର ପଲେଇ, ନିତ୍ୟାନନ୍ଦ ସ୍ୱାଇଁ, ରମାକାନ୍ତ ସ୍ୱାଇଁ, ଅବିନାଶ ପଣ୍ଡା, ରମାକାନ୍ତ କାନୁନଗୋ, ନିରଞ୍ଜନ ବଳ, ଇତିହାସ ଲେଙ୍କା , ଗୋବର୍ଦ୍ଧନ ରାଉତ, ଅରୁଣ ପ୍ରସାଦ ଦାସ, ଆଶିଷ ସାମଲ, ରଞ୍ଜିତ ସାହୁ, ଲୋପାମୁଦ୍ର ବାରିକ, ନଗର ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି, ସରୋଜ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଶ୍ରୀକାନ୍ତ ପଣ୍ଡା, ସଂଜୟ ଅଗ୍ରୱାଲା, ସରୋଜ ପରିଡା, ମଙ୍ଗଲ ବରଣ ସିଂ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ରଣପଡା ଶ୍ମସାନରେ ସ୍ୱର୍ଗତ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତ୍ର ମନୋଜ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ