ଛତିଶଗଡ଼ ପୋଲିସ ର ବଡ଼ ସଫଳତା;ବାଘଛାଲ ଜବତ ସହ ୨ବ୍ୟବସାୟୀ ଗିରଫ
କଳାହାଣ୍ଡି,(ଓ୍ବାଇଏନ୍ଏସ୍):ଛତିଶଗଡ଼ ପୋଲିସ ହାଦୁଡ଼ରେ ଦୁଇ ବାଘଛାଲ ବେପାରୀ । ବାଘ ଛାଳ ସହ ଦୁଇ ବ୍ୟବସାୟି ଗିରଫ । ଗିରଫ ଦୁଇ ଜଣେ ହେଲେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଝାରବନ୍ଦ ଗ୍ରାମର ରମେଶ ନାୟକ ଓ ଗୋଳାମୁଣ୍ଡା ଥାନା ଅଧିନ ନକଟିକାନି ଗ୍ରାମର କେଶବ ମାଝୀ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ କଳାହାଣ୍ଡିର ଏହି ଦୁଇ ବ୍ୟକ୍ତି ଏକ ମଟର ସାଇକଲ ଯୋଗେ ବାଘ ଛାଳ ଧରି ଛତିଶଗଡ଼ ଦେଭୋଗ ଥାନା ଧୂପକୋଟ ଗ୍ରାମର ଏକ ବନ୍ଧ ପାଖରେ ଗ୍ରାହକ କୁ ଅପେକ୍ଷା କରିଥିଲେ । କୌଣସି ସୂତ୍ରରୁ ଛତିଶଗଡ଼ ଦେଭୋଗ ପୋଲିସ ଓ ସାଇବର ଟିମ୍ ଖବର ପାଇ ସେଠାରେ ପହଂଚି ଦୁଇ ଅଭିଯୁକ୍ତ ଙ୍କୁ କାବୁ କରିଥିଲେ । ସେମାନଙ୍କ ଠାରୁ ଦୁଇଟି ବାଘ ଛାଲ ସହ ଏକ ହିରୋ ହୋଣ୍ଡା ସିଡି ଏଚ୍ ଏଫ୍ ଡିଲକ୍ସ ମଟରସାଇକେଲକୁ ଜବତ କରିଛନ୍ତି । ଅଭିଯୁକ୍ତ ଦୁହିଁଙ୍କୁ ଦେଭୋଗ ଥାନା କୁ ଆଣି ଏକ କେଶ ରୁଜୁ କରାଯାଇ ତାଙ୍କ ବିରୋଧରେ ୧୯୭୨ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ଧାରା ୯,୨୯,୩୯,୫୧ ରୁଜୁ କରି କୋର୍ଟ ଚାଲାଣ କରିଥିବା ଗାରିଆବନ୍ଦ୍ ଏସ ପି ଭୋଜରାମ୍ ପଟେଲ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି । ତେବେ ବାଘଛାଲ ର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବା ଏସ୍ପି ପ୍ରକାଶ କରିଛନ୍ତି ।


