ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ
ଜଗତସିଂହପୁର, (ଅନସୂୟା ରାଉତ): ଆଜି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୧୨୫ତମ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । କୋଭିଡ୍ କଟକଣା ଯୋଗୁଁ ଛାତ୍ର ଛାତ୍ରୀ ମାନଙ୍କ ଅନୁପସ୍ଥିତିରେ ନେତାଜୀ ଜୟନ୍ତୀ ପାଳନ କରାଯାଇଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍ବାଧୀନତା ପାଇଁ ପ୍ରାଣ ବଳୀ ଦେବାକୁ ପଛେଇ ନଥିଲେ । ଏଣୁ ଅହିଂସା ନୀତିକୁ ସେ ବିରୋଧ କରିଥିଲେ । ସେ କହୁଥିଲେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧୀନତା ପ୍ରଦାନ କରିବି । ତତ୍କାଳୀନ ନେତୃତ୍ୱ ତାଙ୍କର ଏହି ସତ୍ୟକୁ ସହଜରେ ଗ୍ରହଣ କରିପାରୁ ନଥିଲେ । ଏଣୁ ତାଙ୍କର ମୃତ୍ୟୁ ଆଜି ସୁଦ୍ଧା ରହସ୍ୟମୟ ହୋଇଛି । ଆଜି ଜଗତସିଂହପୁର ଜିଲ୍ଲାର ବାଳିକା ଉଚ୍ଚ ବିଦ୍ୟାଳୟ, ଶ୍ରୀକୃଷ୍ଣ ଏକାଡେମୀ, ବାଲିକୁଦା ଉଚ୍ଚ ବିଦ୍ୟାଳୟ, ମୁକ୍ତେଶ୍ଵର ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ, ନାରାୟଣୀ ଉଚ୍ଚ ବିଦ୍ୟାଳୟ, ପ୍ରାଣକୃଷ୍ଣ ପରିଜା ଉଚ୍ଚ ବିଦ୍ୟାଳୟ ପ୍ରଭୃତି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନେତାଜୀ ଜୟନ୍ତୀ ଶିକ୍ଷକ କର୍ମଚାରୀ ମାନେ ଧୂପ ଦୀପ,ନେତାଜୀଙ୍କ ଆତ୍ମକାହାଣୀ ମାଧ୍ଯମରେ ପାଳନ କରିଥିଲେ ।


