ଶ୍ରୀନଗରରେ ଟେଲିମେଡିସିନ୍ ସେବା ପ୍ରଚଳନ କରିବେ ସରକାର

ଶ୍ରୀନଗର: ଶ୍ରୀନଗରେ ଟେଲିମେଡିସିନ୍ ସେବା ପ୍ରଚଳନ କରିବାକୁ ସମ୍ପୃକ୍ତ ସେବା ପ୍ରଦାନକାରୀ ଏଜେନ୍ସିଙ୍କ ସହ ଆଲାଚନା ଚାଲିଥିବା କଥା ଶନିବାର ଦିନ ଜମ୍ମୁ ଓ କଶ୍ମୀର ପ୍ରଶାସନ କହିଛି । ଟେଲିମେଡିସିନ୍ ସେବା ପ୍ରଚଳନ ଶ୍ରୀନଗର ସ୍ମାର୍ଟ ସିଟି ପ୍ରାଜେକ୍ଟ୍ର ଅଂଶ ବିଶେଷ ବାଲି ଜମ୍ମୁ ଓ କଶ୍ମୀର ପ୍ରଶାସନ ସୂଚନା ଦେଇଛି । ପ୍ରସ୍ତାବିତ ସେବା ଅଧୀନରେ ସରକାର ସମସ୍ତ ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକୁ ପରସ୍ପର ସହ ସଂଯୋଗ କରିବାକୁ ଉଦ୍ୟମ କରୁଛନ୍ତି । ବିଶ୍ୱସ୍ତ ଏବଂ ଅହର୍ନିଶ ସାଟେଲାଇଟ୍ ଭିତ୍ତିକ ନେଟ୍ୱାର୍କ ଚାନେଲ୍ ଜରିଆରେ ଏହା କରାଯିବ । ଏହାଦ୍ୱାରା ଦୂରଦୂରାନ୍ତରରେ ଥିବା ରୋଗୀମାନଙ୍କର ନିଦାନ ଓ ତତ୍ତ୍ୱାବଧାନ ଭଳି ଡାକ୍ତରୀ ସେବା ଯୋଗାଇ ହେବ । ଏହି ପ୍ରକଳ୍ପ ଦ୍ୱାରା ବର୍ତ୍ତମାନ ଶେର୍-ଇ-କଶ୍ମୀର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଏବଂ ଶ୍ରୀନଗରରେ ଥିବା ଗଭର୍ଣ୍ଣମେଣ୍ଟ୍ ମେଡିକାଲ୍ କଲେଜରେ ଉପଲବ୍ଧ ସୁବିଧାର ଉନ୍ନତିକରଣ କରାଯିବ ବୋଲି ପ୍ରଶାସନ କହିଛି । ପରେ ପରେ ଜିଲ୍ଲାରେ ଥିବା ଅନ୍ୟ ସମସ୍ତ ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ଉନ୍ନତ କରାଯାଇ ସମସ୍ତଙ୍କୁ ଏକତ୍ର ସଂଯୋଗ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ