ଋଷିକୁଲ୍ୟା ଟି-୨୦କ୍ରିକେଟ;ଭଞ୍ଜନଗରକୁ ହରାଇ ସୋରଡା ବିଜୟୀ

ସୋରଡା,(ରଜନୀ କାନ୍ତ ମହାପାତ୍ର):ସୋରଡା ଋଷିକୂଲ୍ୟା କ୍ରିକେଟ କ୍ଲବ ଦ୍ୱାରା ଅୟୋଜିତ ଟି୨୦ କ୍ରିକେଟ ଟୁର୍ଣାମେଣ୍ଟର ଷଷ୍ଠ ଦିବସ ଖେଳରେ ଭଞ୍ଜନଗରକୁ ହରାଇ ଘରୋଇ ଋଷିକୂଲ୍ୟା କ୍ରିକେଟ କ୍ଲବ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛି । ପ୍ରଥମେ ଟସ ଜିତି ଭଞ୍ଜନଗର ବୋଲିଂ ନିଷ୍ପତି ନେଇଥିଲା ।ପ୍ରଥମେ ଋଷିକୁଲ୍ୟା କ୍ରିକେଟ କ୍ଲବ ବେଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ଟି ବିକେଟ ହରାଇ ୨୦୬ରନ ସଂଗ୍ରହ କରିଥିଲା । ଦଳତରଫ ପିଙ୍କୁମହାରଣା ଓ ସତ୍ୟ ପଟନାୟକ ବ୍ୟକ୍ତିଗତ ଭାବେ୫୦ ରନ ସଂଗ୍ରହ କରିଥିଲେ । ଜବାବରେ ଭଂଜନଗର ସମସ୍ତ ବିକେଟ ହରାଇ୧୧.୪ ଓଭରରେ ମାତ୍ର ୯୦ରନ କରି ସମସ୍ତ ବିକେଟ ହରାଇବା ସହ ୧୧୬ ରନରେ ପରାସ୍ତ ହେଇଥିଲା । ଶ୍ରେଷ୍ଠ ଖେଳପ୍ରଦର୍ଶନ ପାଇଁ ପିଙ୍କୁ ମହାରଣାକୁ ମ୍ୟାନ ଅଫ ଦି ମେଚ ବିବେଚିତ କରାଯାଇଥିଲା ।ମୁଖ୍ୟ ଅତିଥି ଭାବେ ସୋରଡା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଉପସ୍ଥିତ ରହି ପିଙ୍କୁ ମହାରଣାକୁ ଶ୍ରେଷ୍ଠ ଖେଳାଳି ଟ୍ରଫି ପ୍ରଦାନ କରିଥିଲେ । ବିଧୁ ଭୂଷଣ ଦାସ ଓ ବିଭୁ ପାଣିଗ୍ରାହୀ ଆଜିର ମେଚର ଅମ୍ପାଇରିଂ କରିଥିବା       ବେଳେ  ଶ୍ରିତମ ଦିଗାଲ ସ୍କୋରର ଥିଲେ । ଧାରା ବିବରଣୀ ପ୍ରଦାନ କରିଥିଲେ ମନୋଜ ମହାପାତ୍ର ଓ ସଂଜୟ କୁମାର ପଣ୍ଡା । ଆସନ୍ତା କାଲିର ମେଚ ପ୍ରଥମ କ୍ୱାର୍ଟର ଫାଇନାଲରେ ବଡଗଡ଼ ଓ ଚେରମାରିୟା ମଧ୍ୟରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ