କେନ୍ଦ୍ରାପଡା ଜିଲ୍ଲା ଯୁବ ସେବା ମଂଚ ପକ୍ଷରୁ ନେତାଜୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ଜିଲ୍ଲା ଯୁବ ସେବା ମଂଚ ପକ୍ଷରୁ ମଂଚର ପ୍ରତିଷ୍ଠାତା ସଂପାଦକ ଗୋପାଳ ଚରଣ ମହାପାତ୍ରଙ୍କ ନେତୃତ୍ୱରେ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ତିନିକୋଣିଆ ପାର୍କ ସମ୍ମୁଖରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୁର୍ତୀ, କେନ୍ଦ୍ରାପଡା ବ୍ଲକ ଛକରେ ଥିବା ପ୍ରତିମୁର୍ତୀ ଓ କେନ୍ଦ୍ରାପଡା କୋର୍ଟ ପରିସରରେ ଥିବା ନେତାଜୀଙ୍କ ପ୍ରତିମୁର୍ତୀରେ ସାମୁହିକ ମାଲ୍ୟାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମଂଚର ସଭାପତି ପୂର୍ବତନ ନଗରପାଳ ଧିରେନ କୁମାର ସାହୁ, ମଂଚର ଉପଦେଷ୍ଟା ହିରଣ୍ୟ କୁମାର ପଣ୍ଡା, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ମନୋଜ କୁମାର ନାଥ, ବିଜୟ ମଣ୍ଡଳ, ମାନସ ଦାସ, ସୁରେନ୍ଦ୍ର ବେହେରା , ମୁନା ସାହୁ, ମାନସ କୁମାର ସାହୁ, ଦୀନେଶ ରାଜ ସିଂହ, ନନ୍ଦ ଭାଇ , ସକିଲ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ