ଟାଟା ମୋଟର୍ସ ର ଦେଶବ୍ୟାପି ଗ୍ରାହକ ସମ୍ବାଦ କାର୍ଯ୍ୟକ୍ରମ

ଭାରତର ସର୍ବବୃହତ ବାଣିଜ୍ୟିକ ବାହନ ନିର୍ମାତା ଟାଟା ମୋଟର୍ସ ପକ୍ଷରୁ ଅକ୍ଟୋବର ୧୦ ରୁ ଅକ୍ଟୋବର ୨୧ ପର୍ଯ୍ୟନ୍ତ ବାଣିଜ୍ୟିକ ବାହନ ଗ୍ରାହକ ମାନଙ୍କ ପାଇଁ ଗ୍ରାହକ ସମ୍ବାଦ ଅଭିଯାନ କରାଯିବ । ଏହି ଅବଧି ମଧ୍ୟରେ ଟାଟା ମୋଟର୍ସ କର୍ମଚାରୀ ମାନେ ଗ୍ରାହକ ଓ ଗାଡି ମାଲିକ ମାନଙ୍କ ସହ ସମ୍ପର୍କ କରି ଉନ୍ନତ ଗ୍ରାହକ ଅନୁଭୁତି ପାଇଁ କମ୍ପାନୀ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ସୁଚନା ଦେବେ ।
ଗ୍ରାହକ ସମ୍ବାଦ ପଶ୍ଚାତ ଅକ୍ଟୋବର ୨୩ ରେ ରାଷ୍ଟ୍ରୀୟ ଗ୍ରାହକ ସେବା ଦିବସ ପାଳନ କରାଯିବ । ଟାଟା ମୋଟର୍ସ ର ସିଭିବିୟୁ ଡିଭିଜନ ଏହାର ପ୍ରଥମ ଗ୍ରାହକ ଙ୍କ ସମ୍ମାନରେ ଏହି ଦିବସକୁ ପ୍ରତିବର୍ଷ କରିଥାନ୍ତି । ଉଲ୍ଲେଖଯୋଗ୍ୟ ଯେ ୧୯୫୪ ମସିହା ଅକ୍ଟୋବର ୨୩ ତାରିଖରେ ଜାମ୍‌ଶେଦପୁର କାରଖାନାରୁ ପ୍ରଥମ ଟ୍ରକ ବାହାରିଥିଲା । ଏହି ଦିବସରେ ସହଯୋଗୀ ଷ୍ଟାଫ ଓ ଗ୍ରାହକ ମାନଙ୍କୁ ସେମାନଙ୍କର ଦୀର୍ଘ ସମ୍ପର୍କ ଓ ଯୋଗଦାନ ପାଇଁ ସମ୍ମାନୀତ କରାଯାଏ ।
ଟାଟା ମୋଟର୍ସ ବାଣିଜ୍ୟିକ ବାହନ ମାଲିକ ମାନଙ୍କ ପାଇଁ ଦେଶବ୍ୟାପି ମାଗଣା ସର୍ଭିସ କ୍ୟାମ୍ପ ଗ୍ରାହକ ସେବା ମହୋତ୍ସବ ଆୟୋଜନ କରାଯିବାର ଅଛି । ଏହି ଅନନ୍ୟ ଗ୍ରାହକ କେନ୍ଦ୍ରିତ ଯୋଜନା ୧୫୦୦ ରୁ ଉଦ୍ଧ୍ୱର୍ ଟାଟା ମୋଟର୍ସ ଅଥରାଇଜଡ ୱାର୍କସପ ଠାରେ ଚଳିତବର୍ଷ ନଭେମ୍ବର ୪ ତାରିଖରୁ ନଭେମ୍ବର ୧୧ ତାରିଖ ମଧ୍ୟରେ ଆୟୋଜିତ ହେବ । ଏଠାରେ ବାଣିଜ୍ୟିକ ବାହନ ମାଲିକ ମାନେ ଆକର୍ଷଣୀୟ ରିହାତି ପାଇପାରିବେ । ଗତବର୍ଷ ଗ୍ରାହକ ସେବା ମହୋତ୍ସବ ରେ ୧.୫ ଲକ୍ଷ ଗ୍ରାହକ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ