ଲୋକାର୍ପଣ ଏବଂ ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡାଙ୍କୁ ଭବ୍ୟ ସମ୍ବର୍ଥନା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପୂର୍ବାହ୍ନରେ ସ୍ଥାନୀୟ ଉତ୍କଳହିତେଇସିନୀ ସଭାଗୃହରେ ସଦ୍ୟ ସମ୍ବର୍ଥୀତ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ବର୍ଥନା ପାଇଥିବା ଗୌରଚନ୍ଦ୍ର ପଣ୍ଡାଙ୍କୁ ଗଜପତିର ବିଭିନ୍ନ ଅନୁଷ୍ଠାନ ତରଫରୁ ପୁନଃ ସମ୍ବର୍ଥନା ପ୍ରଦାନ କରାଗଲା।ଏହି ଶୁଭ ଅବସରରେ ଶ୍ରୀ ପଣ୍ଡା ଏକାଡେମୀ ଆନୂକୁଲେୟେ ପାଏଇଥିବା ଏକଲକ୍ଷ ଟଙ୍କାର ଚେକ ମାନପତ୍ର,ମୋମେଣ୍ଟ ,ଉପଢୌକନ ପ୍ରଦର୍ଶନ କରିଥିଲେ । ଉପାନ୍ତପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ମହୋଛବରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଅରୁଣା ସାମଲ ଯୋଗଦେଇଥିଲେ । ସମାନୀତିତ ଅତିଥିଭାବେ ଜିଲ୍ଲା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା,ଭାରତ ଭୂଷଣ ମହାନ୍ତି,ଆଚାର୍ଯ୍ୟ ବିନ୍ଦଚନ୍ଦ୍ର ଜେନା,ଯୋଗଦେଇ ପାରଳାଖେମୁଣ୍ଡି ଖେମୁଣ୍ଡିର ଏଇତିହ ସମ୍ପନ୍ନ ସାରସ୍ୱତ ସାଧନାର ଏନ୍ତୁଡ଼ିଶାଳ ବୋଲି ଅଭିହିତ କରିଥିଲେ । ଗୌରଚନ୍ଦ୍ର ପଣ୍ଡାଙ୍କ ସହ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ ବିଚିତ୍ରନନ୍ଦ ବେବର୍ତ୍ତାଙ୍କୁ ତକଲହିତେସିନୀ ତରଫରୁ ପୂର୍ଣଚନ୍ଦ୍ର ମହାପାତ୍ର ଉପଢୌକନ ଦେଇ ଅଭିନଦନ ଜଣାଇଥିଲେ। ସ୍ଵର୍ଣପ୍ରଭା ପାଠୀ, ଆସଲତା ପାଣିଗ୍ରାହୀ,ଡକ୍ଟର କଲ୍ୟାଣୀ ମିଶ୍ର,ପ୍ରାତୁଷ ପଣ୍ଡା,ମୁରଲୀଧର ପରିଛା,ନିତ୍ୟାନନ୍ଦ ଚୌଧୁରୀ,ଗୋପାଳଚଂଦ୍ର ସତପଥି ପ୍ରଭୁତି ନିଜ ନିଜ ଅଭି ଭାଷଣରେ ଶ୍ରୀ ପଣ୍ଡା ଏବଂ ଶ୍ରୀ ମହାପାତ୍ରଙ୍କ ଶତାୟୁ କାମନା କରି ନୁଆପୀଢ଼ିଙ୍କୁ ସାରସ୍ୱତ ସାଧନା କ୍ଷେତ୍ରେ ଆଗକୁ ବଢାଇବା ପାଇଁ ଆଶ୍ରିବାଡ଼ ଚାହିଁଥିଲେ । ପ୍ରାରମ୍ଭରେ ପଣ୍ଡିତ ନରସିଂହ ଗୌଡ଼ ଗୀତା ପାଠ କରିଥିବାବେଳେ ଶେଷରେ ସ୍ଵର୍ଣ ପ୍ରଭା ପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ