ଜିଲ୍ଲାସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା) : ଉତ୍କଳ ବାଳାଶ୍ରମରେ ଜିଲ୍ଲା ପ୍ରଶାସନ, ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତି ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କନ୍ୟା ସନ୍ତାନର ଉପଯୁକ୍ତ ଯତ୍ନ ଓ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । କନ୍ୟା ସନ୍ତାନ ହେଉଛି ଅମୂଲ୍ୟ ରତ୍ନ ଏବଂ ସେମାନଙ୍କ ଲାଳନପାଳନରେ ଯେପରି କୌଣସି ଅବହେଳା ନ ହୁଏ ସେଥିପାଇଁ ଆମ ସମସ୍ତେ ଚେଷ୍ଟିତ ହେବା ଉଚିତ ବୋଲି ସେ କହିଥିଲେ । ଏହି ଅବସରରେ ୪୦ଜଣ ଝିଅଙ୍କୁ ବିଭିନ୍ନ କ୍ଷେତ୍ରରେ ସ‘ଳତା ପାଇଁ ପୁରସ୍କୃତ କରାଯାଇଥିଲା । ଜିଲ୍ଲାର ୫୨ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଥିଲା । ବାଲ୍ୟ ବିବାହ ବନ୍ଦ କରିବା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀ “କ୍ରୀଷ୍ଣା ମରିୟମ”ଏବଂ ଜଣେ ପ୍ରୋଗ୍ରାମ ଅ‘ିସର “ସୁଜାତା ପଟ୍ଟନାୟକ”ଙ୍କୁ ସମ୍ମାନୀତ କରାଯାଇଥିଲା । ସେହିପରି “ବେଟି ବଚାଓ, ବେଟି ପଢାଅ” ଅଭିଯାନରେ ବାଲେଶ୍ୱର ଜିଲ୍ଲା ପାଇଁ “ମୋ ଝିଅ, ମୋ ସ୍ୱାଭିମାନ”କୁ ସ୍ଲୋଗାନ ଭାବେ ଚୟନ କରାଯାଇଥିବା ନେଇ ଏଥିରେ ସୂଚନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳସେନ ଜଗଦ୍ଦେବ, ଜିଲ୍ଲା ମଙ୍ଗଳ ଅଧିକାରୀ ରାଜୀବଲୋଚନ ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଭାଗିରଥୀ ବାରିକ୍‌ଙ୍କ ସମେତ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ଝିଅ, କିଶୋରୀ କନ୍ୟାଙ୍କ ସମେତ ଅଙ୍ଗନୱାଡି କର୍ମୀ, ପ୍ରୋଗ୍ରାମ ଅ‘ିସର, ସିଡିପିଓ, ଜୁଭେନାଇଲ ଜଷ୍ଟିସ୍ ବୋର୍ଡର ସଦସ୍ୟ ଏବଂ ସ୍ଥାନୀୟ ଜନସାଧାରଣ ଯୋଗ ଦେଇ କନ୍ୟା ସନ୍ତାନମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, କୁସୁମମାଳା ମିଶ୍ର ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସଦସ୍ୟମାନେ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ