ଦିଗପହଣ୍ଡିରେ ହୋଲି ଉତ୍ସବ

ଦିଗପହଣ୍ଡି : ଦିଗପହଣ୍ଡି ସହର ଏବଂ ଏହାର ଆଖାପାଖ ଅଞ୍ଚଳରେ ଦୋଳ ପରବର୍ତ୍ତୀ ଉତ୍ସବ ହୋଲି ଫଗୁ ଖେଳ ଦହି ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଯାଇଛି । ହୋଲିରେ ମସୁଗୁଲ୍ ବୁଢା ଠାରୁ ଯୁବକ ଯୁବତୀ ଗୃହିଣୀ ବୁଢ଼ୀ ଯାଏଁ ହୋଲିର ରଙ୍ଗରେ ରଙ୍ଗାୟିତ ହୋଇଥିଲେ । ଛାତ୍ର ଯୁବକମାନେ ରେକର୍ଡ ଡ୍ୟାନ୍ସର ତାଳେ ତାଳେ ନୃତ୍ୟ ପରିବେଷଣ କରି ଶୋଭାଯାତ୍ରାରେ ପଟୁଆରରେ ସହର ପରିକ୍ରମା କରି ଫଗୁ ଖେଳିଥିଲେ । ପରସ୍ପରକୁ ମିଠା ଖୁଆଇ କୋଳାଗ୍ରତ କରି ହୋଲିର ବଧେଇ ଜଣାଇଥିଲେ । ଆଇନଶୃଙ୍ଖଳା ଦୃଷ୍ଟିରୁ ପୁଲିସର ଅହରହ ପେଟ୍ରୋଲିଂ ଜାରି ରହିଥିବା ଦେଖିବାକୁ ମିଳିଥିଲା । ସେହିପରି ସାନଖେମୁଣ୍ଡି ବ୍ଳକ୍ର ବିଭିନ୍ନ ଅଞ୍ଚଳରେ ହୋଲି ଉତ୍ସବ ପାଳିତ ହୋଇଯାଇଛି । ଗ୍ରାମାଞ୍ଚଳ ମାନଙ୍କରେ ଫଗୁ ଖେଳ ଓ ଦହି ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଯାଇଛି । ହୋଲିର ରଙ୍ଗରେ ସମସ୍ତେ ରଙ୍ଗାୟିତ ହୋଇ ଯୁବକମାନେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଫଗୁ ଖେଳିଥିଲେ । ପରସ୍ପରକୁ ମିଠା ଖୁଆଇ କୋଳାଗ୍ରତ କରି ହୋଲିର ବଧେଇ ଜଣାଇଥିଲେ । ଆଇନଶୃଙ୍ଖଳା ଦୃଷ୍ଟିର ପାଟପୁର ପୁଲିସ ପକ୍ଷରୁ କଡା ପେଟ୍ରୋଲିଂ ଜାରି ରହିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ