ଯୁବକ ସଂଘ ଲଗାଇଥିବା ଗଛକୁ କାଟିଦେଲେ ଦୁର୍ବୁତ

ହାଟଡିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାତରେ ମଙ୍ଗଳା ଯୁବକ ସଂଘ ପକ୍ଷରୁ ଲଗାଯାଇଥିବା ଗଛ ଗୁଡିକୁ କେହି ଦୁର୍ବୁତ କାଟି ଦେଇଛନ୍ତି । ଯାହାକୁ ନେଇ ଗ୍ରାମରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବର୍ତ୍ତମାନ ସମୟରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଭଳି ମହତ କାମ କରୁଥିବାବେଳେ କିଛି ଦୁର୍ବୁତଙ୍କ ଏପରି ଅସାମାଜିକ କାର୍ଯ୍ୟ ସମସ୍ତ ଗ୍ରାମବାସୀଙ୍କ ମନରେ ଘୋର ଆଘାତ ଦେଇଛି । ଅଭିଯୋଗରୁ ଜଣାଯାଇଛି ଯେ ଗ୍ରାମର ମଙ୍ଗଳା ଯୁବକ ସଂଘର ମିହିର ରଞ୍ଜନ ପଣ୍ଡା, ମଧୁସୁଦନ ଜେନା, ସଂଗ୍ରାମ କେଶରୀ ସ୍ୱାଇଁ, ସୁଶାନ୍ତ କୁମାର ସ୍ୱାଇଁ, ମଳୟ ରଞ୍ଜନ ପଣ୍ଡା, ଶଶିକାନ୍ତ ସ୍ୱାଇଁ, ସତ୍ୟ ଭୁଷଣ ସ୍ୱାହୁ, ସାଇ ପ୍ରସାଦ ସ୍ୱାଇଁ, ଲଳିତ ନାରାୟଣ ବିଶ୍ୱାଳ, ପ୍ରଫେଶ୍ୱର ବିଶ୍ୱାଳ, ମୁନା ଉପାଧ୍ୟାୟ, ପ୍ରଶାନ୍ତ ସ୍ୱାଇଁଙ୍କ ସମେତ ସବୁ ସଦସ୍ୟମାନେ ଗତ ଜୁଲାଇ ମାସରେ ଗାଁର ଶକୁନ୍ତଳା ପଡିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରି ଛତିଆନ, ଆକାଶିଆ, କଦମ୍ବ ଆଦି ବିଭିନ୍ନ କିସମର ୧୦୦ରୁ ଉର୍ଦ୍ଧ ଗଛମାନ ଲଗାଇଥିଲେ । ଗଛ ଗୁଡିକୁ ସଦସ୍ୟମାନେ ନିଜ ନିଜ ଦାୟିତ୍ୱରେ ରଖି ବଡ କରିଥିବାବେଳେ ବର୍ତ୍ତମାନ ସୁଧା ୫/୬ଫୁଟ ଉଚ୍ଚତା ହୋଇଯାଇଥିଲା । କିନ୍ତୁ କେହି ଦୁର୍ବତ ଗତକାଲି ଏହି ଗଛ ଗୁଡିକୁ ମୁଳରୁ କାଟିଦେଇ ନଷ୍ଟ କରିଦେଇଛି । ଯାହାକୁନେଇ ସଦସ୍ୟ ମାନଙ୍କ ମଧ୍ୟରେ ନିରାଶା ଖେଳି ଯାଇଥିବା ବେଳେ ତୀବ୍ର ଅସନ୍ତୋଷ ମଧ୍ୟ ଦେଖା ଦେଇଛି । ଆସନ୍ତା କାଲି ଏନେଇ ଥାନାରେ ଅଭିଯୋଗ କରାଯିବ ବୋଲି ସଭାପତି ମଧୁସୁଦନ ଜେନା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ