ବିଜେପି ପକ୍ଷରୁ ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଶାଳଣିଆଁ ମଣ୍ଡଳ ବିଜେପି ପକ୍ଷରୁ ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ବିଶାଳ ବାଇକ ରାଲି ଷଡ଼ଙ୍ଗ ପଞ୍ଚାୟତ କାଯ୍ୟଳୟ ସମ୍ମୁଖରୁ ବାହାରି ଗେଡ଼ମା ପଞ୍ଚାୟତ କାଯ୍ୟଳୟ ପଯ୍ୟନ୍ତ ଯାଇଥିଲା l ସମସ୍ତଙ୍କ ହାତରେ ତ୍ରିରଙ୍ଗା ପତାକା ଏବଂ ଭାରତ ମାତାକି ଜୟ ସ୍ଲୋଗାନରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇଉଠିଥିଲା l ଏଥିରେ ବିଜେପି ନେତା ଆଲୋକ ସେଠୀ ଯୋଗଦେଇ ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ। ଜାତୀୟ ପତାକା ପ୍ରତି ସମ୍ମାନ ଓ ପ୍ରତ୍ୟେକ ଘରେ ଦେଶଭକ୍ତିର ଭାବନା ସୃଷ୍ଟି କରିବା ହେଉଛି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ। ମଣ୍ଡଳ ପ୍ରଭାରୀ ଯୁଧିଷ୍ଠିର ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ମଣ୍ଡଳ ସଭାପତି ଜଗନ୍ନାଥ ବାରିକ, ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ସୁରେନ୍ଦ୍ର କାଣ୍ଡି , ସଡ଼ଙ୍ଗ ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ଗେଡ଼ମା ସରପଞ୍ଚ ଶିଲାରାଣୀ କାଣ୍ଡି, ସମିତିସଭ୍ୟ ତାରିଣୀ ସେନାପତି, ଯୋଗେନ୍ଦ୍ର ବେହେରା, ମଣି ଚରଣ ଜେନା, ଅଭିନାଶ ସେନାପତି, ଯୁବ ମୋର୍ଚା ଜିଲ୍ଲା ସମ୍ପାଦକ ଅଭିନାଶ ସେଠୀ, ବରିଷ୍ଠ ବିଜେପି କାର୍ଯ୍ୟକର୍ତା ସୁଶାନ୍ତ କୁମାର ଜେନା, ଅମ୍ଲାନ ନାୟକ, ଦେବାଶିଷ ବେହେରା, ଆଲୋକ ଦାସ, ସୁଧାଂଶୁ ବେହେରା, ଅଧର ବେହେରା, ରମାକାନ୍ତ ନାୟକ, ରମାକାନ୍ତ ସାହୁ, କହ୍ନେଇ ଦାସ, ଦେବନି ପାତ୍ର, ସୁରେନ୍ଦ୍ର ଦାସ, ପ୍ରବୀର ନାୟକ, ରବୀନ୍ଦ୍ର ମଲ୍ଲିକ, ମଣି ଚରଣ ନାୟକ, ରୁଦ୍ର ନାରାୟଣ ଜେନା, ଚାନ୍ଦମଣୀ ତରେଇ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


