ଜାତୀୟ ମତଦାତା ଦିବସ

ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ସଭାଗୃହ ମଧ୍ୟରେ ବିଡିଓ ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଆମେ ଭାରତର ନାଗରିକ ବୃନ୍ଦ, ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖିବୁ ବୋଲି ଉପସ୍ଥିତ ମତଦାତା ମାନେ ସଂକଳ୍ପ କରିଥିଲେ । ଏହା ସହିତ ମୁକ୍ତ ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନରେ ଭାଗନେଇ ନିର୍ଭିକ ଭାବେ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ ବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନହୋଇ ମତାଧିକାର ସାବ୍ୟସ୍ତ କରିବ ବୋଲି ବୈଠକରେ ଉପସ୍ଥିତ ନୂତନ ଯୁବ ଭୋଟର ମାନେ ସଂକଳ୍ପ ନେଇଥିଲେ । କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ମୀନକେତନ ବାରିକ ଉପସ୍ଥିତ ରହି ପ୍ରାୟ ୨୦ରୁ ଅଧିକ ଯୁବ ଭୋଟରଙ୍କୁ ଶପଥ କରାଇଥିଲେ । ଶିକ୍ଷା ସଂଯୋଜକ ତଥା ବୁଥ ଅଧିକାରୀ ପୁଷ୍ପକ ଚନ୍ଦ୍ର ଭାରତୀଙ୍କ ସମେତ ଆଖପାଖ ଅଞ୍ଚଳର ଯୁବ ଭୋଟର ମାନେ ଏଥିରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ