ପୋଲସରାରେ ଭବାନୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପୋଲସରା (ଅନିଲ କୁମାର ମହାରଣା):, ଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ସି.ଟି. ସ୍କୁଲ ପଡ଼ିଆରେ ଭବାନୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପକ୍ଷରୁ ଜିଲ୍ଲା ସ୍ତରୀୟ କ୍ରିକେଟ ମ୍ୟାଚ ଜାନୁୟାରୀ ୨୬ ତାରିଖ ଦିନ ଆରମ୍ଭ ହୋଇଯାଇଛି। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ପୂର୍ବତନ ନଗରପାଳ ପ୍ରଫୁଲ କୁମାର ପ୍ରଧାନ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶନ କୁମାର ଦାଶ, ଗୋପାଳ ଚନ୍ଦ୍ର ସାହୁ, ଅଶୋକ କୁମାର ବିଷୋୟୀ, ସନ୍ତୋଷ କୁମାର ବେହେରା, ରଞ୍ଜିତ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତାଧିନ ରାଜ୍ୟ ସରକାର କ୍ରୀଡ଼ାର ଉନ୍ନତି ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଥିବା ନେଇ ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଥିଲେ। ଆଜିର ଉଦଘାଟନୀ ମ୍ୟାଚ କଷିପଡ଼ା ଟିମ୍ ଓ ରାଣୀପଡା ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବହୁ ଦର୍ଶକ ଉପସ୍ଥିତ ରହି କ୍ରିକେଟ ଖେଳର ମଜା ଉପଭୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ