ବୋଲେରୋ ଧକ୍କା ରେ ସ୍କୁଟି ଚାଳକ ମୃତ

ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ): ପାଟପୁର ଥାନା ପୋଡାମାରି ଗେଟ ଛକ ନିକଟରେ ମଙ୍ଗଳବାର ରାତ୍ର ସମୟରେ ବୋଲେରୋ ଧକ୍କା ରେ ସ୍କୁଟି ଚାଳକ ମୃତ ହୋଇଛି l ମୃତକ ଜଣଙ୍କ ହେଲେ ପୋଡାମାରି ଗ୍ରାମର ହରିବାସ ପଶୁପାଳକ(୭୨) l ପ୍ରକାଶ ଯେ ହରିବାସ ବତାଗଡ଼ା ଗ୍ରାମରୁ ରୁ ପୋଡାମାରି ନିଜ ଘରକୁ ସ୍କୁଟି ରେ ଫେରୁଥିବା ବେଳେ ତପ୍ତପାଣି ରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ଗୋଟାଏ ମହିନ୍ଦ୍ରା ବୋଲେରୋ ପିକଅପ ହରିବାସ ଙ୍କ ପଛପଟୁ ଧକ୍କା ଦେଲା l ଫଳରେ ଘଟଣା ସ୍ଥଳରେ ହରିବାସ ଙ୍କ ମୃତ ଘଟିଥିଲା l ପାଟପୁର ପୋଲିସ ଏକ ମାମଲା ରୁଜୁ କରି ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ସ୍କୁଟି ଓ ବୋଲେରୋ କୁ ଜବତ କରିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ