ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବଙ୍କ ହିଞ୍ଜିଳି ଗ୍ରସ୍ତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନିଲ କ୍ରୀଷ୍ଣା ମଙ୍ଗଳବାର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଳକର ବିଭିନ୍ନ ଜନ ପ୍ରତିନିଧି ମାନଙ୍କ ସହ ଉନ୍ନୟନ ପ୍ରସଙ୍ଗରେ ଆଲୋଚନା କରିବା ସହ ସେଂଟର ଅଫ୍ ଏକ୍ସିଲେନ୍ସରେ ସ୍ଥାନିତ ହିଞ୍ଜିଳିକାଟୁ ପୌରାଂଚଳ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ସ୍ମାଟ କ୍ଳାସରେ ପଂହଚି ୧୦ମ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ସ୍ୱଳ୍ପ ସମୟ ସକାଶେ ଶିକ୍ଷାଦାନ କରିବା ସହ ଶିକ୍ଷାଦାନ ପ୍ରସଙ୍ଗରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ମଙ୍ଗଳବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଭିନିଲ କ୍ରୀଷ୍ଣା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତରାତାରିଣୀଙ୍କ ଦର୍ଶନ ସାରି ହିଞ୍ଜିଳିରେ ପଂହଚିଥିଲେ । ସ୍ଥାନୀୟ ପୌରାଂଚଳ ହିଞ୍ଜିଳି ଗ୍ରାମର ଦେଉଳବନ୍ଧ ଫୋଖରୀର ସୌନ୍ଦର୍ଯ୍ୟକରଣ ବୁଲି ଦେଖିବା ସହ ସେଂଟର ଅଫ୍ ଏକ୍ସିଲେନ୍ସରେ ସ୍ଥାନିତ ହିଞ୍ଜିଳିକାଟୁ ପୌରାଂଚଳ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ସ୍ମାଟ କ୍ଳାସରେ ପଂହଚି ୧୦ମ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ସ୍ୱଳ୍ପ ସମୟ ସକାଶେ ଶିକ୍ଷାଦାନ କରିବା ସହ ଶିକ୍ଷାଦାନ ପ୍ରସଙ୍ଗରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟରେ ପଂହଚି ବ୍ଳକ ଓ ପୌରାଂଚଳର ବହୁ ଜନ ପ୍ରତିନିଧି ମାନଙ୍କ ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା କରିଥିଲେ । ହିଞ୍ଜିଳିକାଟୁ ଓକିଲ ସଂଘ ପକ୍ଷରୁ ହିଞ୍ଜିଳିକାଟୁ ସହରକୁ ଉପଖଣ୍ଡ ଘୋଷଣା ଓ ସବ୍ଜଜ୍ କୋର୍ଟ ପ୍ରତିଷ୍ଠା ସକାଶେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ସ୍ୱତନ୍ତ୍ର ସଚିବଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।ପରେ ଶେରଗଡ଼ ବ୍ଳକ ଅଭିମୁଖେ ଯାତ୍ରା କରି ଶେରଗଡ଼ ପଂଚାୟତ ସମିତି କାର୍ଯ୍ୟାଳୟ ଓ ପିତଳ ଉଚ୍ଚ ବିଦ୍ୟାଳୟରେ ପଂହଚି ଆବଶ୍ୟକୀୟ ଭିତିଭୂମୀର ସମୀକ୍ଷା କରିଥିଲେ । ଶେରଗଡ଼ ଗ୍ରସ୍ତ ଶେଷ କରି ଅପରାହ୍ନରେ ପୁଣି ଥରେ ହିଞ୍ଜିଳିରେ ପଂହଚି ଉନଡ଼ୋର ଷ୍ଟାଡ଼ିୟମରେ ପଂହଚି ଆବଶ୍ୟକୀୟ ଭିତିଭୂମିର ସମୀକ୍ଷା କରିଥିଲେ । ସେଠାରୁ ସ୍ଥାନୀୟ ବ୍ଳକ ସମରଝୋଳ ପଂଚାୟତରେ ପଂହଚି ଗ୍ରାମ ଆଦର୍ଶ ପେ।।ଖରୀର ସୌନ୍ଦର୍ଯ୍ୟକରଣ ପ୍ରସଙ୍ଗରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବଙ୍କ ଗ୍ରସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଉପ ଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ରନାଥ ପ୍ରଧାନ, ପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ ସାବତ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ପୂର୍ତ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ତୁଷାରକାନ୍ତ ପଣ୍ଡା, ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ଶତପଥୀ, ସହକାରୀ ଯନ୍ତ୍ରୀ ଉମାଚରଣ ପାଢି, ଲଡ଼ୁକିଶୋର ପଣ୍ଡା, ସମାଜସେବୀ ଡ଼ି. ବିଶ୍ୱନାଥ, ବହୁ ସରଂପଚ, ସମତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିଲେ ।