ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ବିସ୍ଥାପିତ ଥଇଥାନ ସମୀକ୍ଷା

ହାଟଡ଼ିହି, (ବିକାଶ ବିଶ୍ୱାଳ):ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ନାୟକ ଝଣଝଣା ଠାରେ ବିସ୍ଥାପିତ ହୋଇ ରହିଥିବା ପିତାନାଉ ଗ୍ରାମବାସୀଙ୍କ ଥଇଥାନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ନାୟକ, ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତ, ତହସିଲଦାର କିର୍ତ୍ତନ ବିହାରୀ ଓଝା, ରାଜସ୍ୱ ନିରୀକ୍ଷକ ପୁରସ୍ତମ କୁଅଁର, ଫରେଷ୍ଟର କେଦାରନାଥ ପାତ୍ର ପ୍ରମୁଖ ଝଣଝଣା ଗ୍ରାମକୁ ଗ୍ରସ୍ତକରି ବିସ୍ଥାପିତ ହୋଇଥିବା ପିତାନାଉ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହିତ ଥଇଥାନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ସେମାନେ ଦୀର୍ଘଦିନ ହେଲା ବିସ୍ଥାପିତ ହୋଇଥିଲେବି ସେମାନଙ୍କୁ ଘରଡିହ ପଟ୍ଟା ମିଳିନଥିବାରୁ ଘର କରିବାରେ ଅସୁବିଧା ଉପଜୁଥିବା ସମ୍ପର୍କରେ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ଆସନ୍ତା ଫେବୃୟାରୀ ୧୬ତାରିଖ ସୁଧା ସେମାନଙ୍କୁ ଘରବାଡି ପଟ୍ଟା ପ୍ରଦାନ କରାଯିବା ସହିତ ବାସଗୃହ ନିର୍ମାଣ ପାଇଁ ଭୁମୀପୂଜା କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ